୬୯% ଭାରତୀୟ ଟିକା ନେବାକୁ ଅନିଚ୍ଛୁକ!

Advertisment
୬୯% ଭାରତୀୟ ଟିକା ନେବାକୁ ଅନିଚ୍ଛୁକ!

ନୂଆଦିଲ୍ଲୀ: ଭାରତରେ କରୋନା ମୁକାବିଲା ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଯୁଦ୍ଧସ୍ତରରେ ପ୍ରୟାସ ଆରମ୍ଭ କରିଛନ୍ତି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡ ଟିକା ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକାକୁ ଗତ ସପ୍ତାହରେ ଡିସିଜିଆଇ ମଂଜୁରି ଦେଇଛନ୍ତି। ଭାରତ ଖୁବ୍‌ଶୀଘ୍ର ବିଶ୍ବର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବ। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଉଛି, କେତେ ପ୍ରତିଶତ ଭାରତୀୟ ଏବେ ଟିକା ନେବାପାଇଁ ପ୍ରସ୍ତୁତ ଅଛନ୍ତି। ଅନଲାଇନ୍‌ ପ୍ଲାଟଫର୍ମ ଲୋକାଲ୍‌ସର୍କଲ୍‌ସ ଦ୍ବାରା ହୋଇଥିବା ସ‌ର୍ଭେ ଅନୁଯାୟୀ ୬୯ ପ୍ରତିଶତ ଭାରତୀୟ ଏବେ ଟିକା ନେବାପାଇଁ ଅନିଚ୍ଛୁକ । ଟିକା ନେବା ସଂକ୍ରାନ୍ତରେ ୮,୭୨୩ ଜଣଙ୍କ ମତାମତ ନିଆଯାଇଥିଲା। ତେବେ କେବଳ ୨୬ ପ୍ରତିଶତ ନାଗରିକ କହିଛନ୍ତି, ଟିକା ଉପଲବ୍ଧ ହେଲେ ସେମାନେ ତୁରନ୍ତ ଟିକା‌ ନେବେ। ଅନ୍ୟପକ୍ଷେ ୬୯ ପ୍ରତିଶତ ଭାରତୀୟ ଟିକା ନେବାପାଇଁ ଅନିଚ୍ଛୁକ ଅଛନ୍ତି। ଅକ୍ଟୋବର ୨୦୨୦ରୁ ଲୋକାଲ ସର୍କଲ୍‌ସ ଟିକା ନେବା ସଂକ୍ରାନ୍ତରେ ଲୋକମାନଙ୍କ ମତାମତ ନେଉଛି। ଅକ୍ଟୋବରରେ ହୋଇଥିବା ସର୍ଭେରେ ୬୧ ପ୍ରତିଶତ ଲୋକ ଟିକା ନେବାକୁ ଇଚ୍ଛା ପ୍ରକାଶ କରିନଥିଲେ। ତେବେ ଫାଇଜର୍‌ ଏବଂ ମଡୋର୍ଣ୍ଣା ଟିକା ଫଳପ୍ରଦ ହୋଇଛି ବୋଲି ଘୋଷଣା ହେବାପରେ ନଭେମ୍ବର ସର୍ଭେରେ ଟିକା ନେବାପାଇଁ ଅନିଚ୍ଛୁକଙ୍କ ସଂଖ୍ୟା ୫୯ ପ୍ରତିଶତକୁ କମି ଯାଇଥିଲା। କୋଭିସିଲ୍‌ଡ ଟିକା ଭାରତ ପାଇଁ ନୂଆ ଆଶା ଆଣିଛି। କିନ୍ତୁ ଲୋକାଲ୍‌ସର୍କଲ୍‌ସ ସର୍ବେକ୍ଷଣ ପରେ ଜଣାପଡ଼ିଛି ଯେ, ଏବେ ୬୯ ପ୍ରତିଶତ ଲୋକ ଟିକା ନେବାପାଇଁ ଆଗ୍ରହ ଦେଖାଉନାହାନ୍ତି।

ଅନ୍ୟପକ୍ଷେ ଗତ ଡିସେମ୍ବରରେ ହୋଇଥିବା ଅନ୍ୟଏକ ସର୍ଭେରୁ ଜଣାପଡ଼ିଛି ଯେ, ଅଧିକାଂଶ ସ୍ବାସ୍ଥ୍ୟକର୍ମୀ ମଧ୍ୟ ଟିକା ନେବାପାଇଁ ଅନିଚ୍ଛୁକ। ପ୍ରାୟ ୫୫ ପ୍ରତିଶତ ସିଧାସଳଖ ଟିକା ନେବାପାଇଁ ଚାହିନାହାନ୍ତି। ସେମାନେ ପାର୍ଶ୍ବପ୍ରତିକ୍ରିୟା ନେଇ ଖୁବ୍‌ ଚିନ୍ତିତ ଅଛନ୍ତି ବୋଲି କହିଛନ୍ତି। କେବଳ ୨୬ ପ୍ରତିଶତ ଅଭିଭାବକ ସେମାନଙ୍କ ପିଲା ଟିକା ନେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe