ଆଇସିଏମଆରର ବଡ଼ ପଦକ୍ଷେପ: ଏବେ ଆହୁରି ୬ଟି କିଟ୍ ମାଧ୍ୟମରେ ହେବ କରୋନା ପରୀକ୍ଷା

Advertisment
ଆଇସିଏମଆରର ବଡ଼ ପଦକ୍ଷେପ: ଏବେ ଆହୁରି ୬ଟି କିଟ୍ ମାଧ୍ୟମରେ ହେବ କରୋନା ପରୀକ୍ଷା

Berlin.de

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁର ଯାଞ୍ଚ ପାଇଁ ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଆଉ ୬ଟି କିଟ୍ କୁ ଅନୁମୋଦନ କରିଛି । ଏବେ ଦେଶରେ ଆରଟି-ପିସିଆର ଓ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ମାଧ୍ୟମରେ ପରୀକ୍ଷା କରାଯାଉଛି । ହେଲେ ଆଇସିଏମଆରର ଅନୁମୋଦନ ପରେ ଏବେ ଆଉ ୬ଟି ଅନ୍ୟ କିଟ୍ ମାଧ୍ୟମରେ ବି କରୋନା ଭୂତାଣୁର ପରୀକ୍ଷଣ କରାଯାଇପାରିବ। ଅଲଗା ଅଲଗା ଦେଶରେ କରୋନା ପରୀକ୍ଷଣ ପାଇଁ ବ୍ୟବହାର କରାଯାଉଥିବା କିଟ୍ ବି ଭାରତରେ ବ୍ୟବହାର କରାଯାଇପାରିବ ।

Coronavirus (COVID-19) tests: Methods, availability, and accuracy Medical News Today

ଉଲ୍ଲେଖଯୋଗ୍ୟ, ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ହାର ବୃଦ୍ଧି କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଆଇସିଏମଆରର ଏଭଳି ପଦକ୍ଷେପ ଫଳରେ ୟୁରୋପ, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ବ୍ରାଜିଲ ଭଳି ଦେଶର କିଛି ବୈଷୟିକ ଏଜେନ୍ସି ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ତାଲିକାରେ ଥିବା ପରୀକ୍ଷା କିଟ୍ କୁ ବ୍ୟବହାର କରାଯାଇ ପାରିବ । ସେମାନଙ୍କର ପରୀକ୍ଷା କିଟ୍ ପାଇଁ ଭାରତର ବୈଧତା ଆବଶ୍ୟକ ପଡ଼ିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe