News24x7
ନୂଆଦିଲ୍ଲୀ: ପାକିସ୍ତାନରେ ଗତ ୭ ମାସ ମଧ୍ୟରେ ୭ ଜଣ ଭାରତ ବିରୋଧୀ କୁଖ୍ୟାତ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଆତଙ୍କବାଦୀଙ୍କୁ ଚଳିତମାସରେ ହତ୍ୟା କରାଯାଇଛି। ଜୈଶ-ଏ-ମହମ୍ମଦ ଓ ସ୍ଥାନୀୟ ଆତଙ୍କବାଦୀଙ୍କ ମଧ୍ୟରେ ଅନ୍ତଃକନ୍ଦଳ ଯୋଗୁ ଉକ୍ତ ହତ୍ୟା କରାଯାଇଥିବା କୁହାଯାଉଛି। ଗତ ରବିବାର କରାଚୀର ଓରାଙ୍ଗୀ ସହରରେ ଏକ ଧାର୍ମିକ ସଭାରେ ଯୋଗ ଦେବା ପାଇଁ ଯାଉଥିବାବେଳେ ଅଜଣା ବ୍ୟକ୍ତିମାନେ ମୌଲାନା ରହିମଉଲ୍ଲା ତାରିକକୁ ହତ୍ୟା କରିଛନ୍ତି।
ଏହା ପୂର୍ବରୁ ଚଳିତମାସରେ ଅଜଣା ବ୍ୟକ୍ତି ଲସ୍କର-ଏ-ତୋଇବାର କମାଣ୍ଡର ଆକ୍ରମ ଘାଜିକୁ ଖାଇବର ପଙ୍ଖତୁନଖ୍ବା ପ୍ରଦେଶରେ ଗୁଳି କରି ହତ୍ୟା କରିଥିଲେ। ଘାଜି ପୂର୍ବରୁ ଜମ୍ମୁ କାଶ୍ମୀରର ସୁନଜୁନୱାନ ଆତଙ୍କବାଦୀ ଆକ୍ରମଣ ମାମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଖ୍ବାଜା ସାହିଦକୁ ଅପହରଣ କରି ହତ୍ୟା କରାଯାଇଛି। ଏହା ପୂର୍ବରୁ ଖଲିସ୍ତାନ କମାଣ୍ଡୋ ଫୋର୍ସ ପରମଜିତ ସିଂହ ପଞ୍ଜୱାରକୁ ଗତ ମେ’ ମାସ ୬ ତାରିଖରେ ଲାହୋରରେ ଗୁଳିକରି ହତ୍ୟା କରାଯାଇଥିଲା। ଏହାପରେ ଏଲ୍ଇଟିର ମୌଲାନା ରେହମାନଙ୍କୁ କରାଚୀରେ ଗତ ସେପ୍ଟେମ୍ବର ୧୨ରେ, ମୁଫତି କାଇଜର ଫାରୁକକୁ ସେପ୍ଟେମ୍ବର ୩୦ରେ କରାଚୀରେ, ଜେଇଏମ୍ର ସାହିଦ ଲତିଫକୁ ସିଆଲକୋର୍ଟରେ ଗତ ଅକ୍ଟୋବର ୧୦ରେ ହତ୍ୟା କରାଯାଇଥିଲା।
Follow Us