ଇନ୍ଦୋରରେ ସ୍ବାସ୍ଥ୍ୟ ଟିମ୍‌ ଉପରେ ଆକ୍ରମଣ, ୭ ଗିରଫ

Advertisment
ଇନ୍ଦୋରରେ ସ୍ବାସ୍ଥ୍ୟ ଟିମ୍‌ ଉପରେ ଆକ୍ରମଣ, ୭ ଗିରଫ

Free Press Journal

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଟପିବାରୁ ଏଠାରେ ରୋଗୀଙ୍କୁ ଚିହ୍ନଟ କରିବା ଏବଂ ସ୍କ୍ରିନିଂ କରିବା ପାଇଁ ଯାଇଥିବା ସ୍ବାସ୍ଥ୍ୟ ଟିମ୍‌ ଉପରେ ଆକ୍ରମଣ ହୋଇଛି। ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ ଟିମ୍‌ ପହଞ୍ଚି ଲୋକମାନଙ୍କୁ ଯାଞ୍ଚ କରୁଥିବା ବେଳେ କେତେକ ସ୍ଥାନରେ ଯୋଜନାବଦ୍ଧ ଆକ୍ରମଣ ହୋଇଛି। ଗତକାଲି ଏକ ସ୍ବାସ୍ଥ୍ୟ ଟିମ୍‌ ଉପରକୁ ପଥର ଆକ୍ରମଣ ହୋଇଛି। ୨ ଜଣ ଡାକ୍ତରଙ୍କ ସହ କିଛି ସ୍ବାସ୍ଥ୍ୟ କର୍ମୀ ଏଥିଯୋଗୁଁ ଆହତ ହୋଇଛନ୍ତି। ଇନ୍ଦୋରର ବଖଲ ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଅଞ୍ଚଳର ଜଣେ ବୟସ୍କା ମହିଳା‌ କ‌ରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଥିଲା ଏବଂ ତାଙ୍କୁ ପରୀକ୍ଷା ପାଇଁ ନିକଟସ୍ଥ ହସ୍ପିଟାଲ୍‌ ଯିବାପାଇଁ ସ୍ବାସ୍ଥ୍ୟ ଟିମ୍‌ ପକ୍ଷରୁ କୁହାଯାଇଥିଲା‌। ସ୍ବାସ୍ଥ୍ୟ ଟିମ୍‌ ଉକ୍ତ ମହିଳାଙ୍କୁ ହସ୍ପିଟାଲ୍‌ ନେବାପାଇଁ କହୁଥିବା ବେଳେ ଏହି ସମୟରେ ହଠାତ୍‌ କିଛି ବିଶୃଙ୍ଖଳ ବ୍ୟକ୍ତି ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହାର ଏକ ଭିଡିଓ ସୋ‌ସିଆଲ ମିଡିଆରେ ଜାରି ହୋଇଛି। ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧିଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ଉପରକୁ ପଥର ଆକ୍ରମଣ ହେଊଥିବା ଏହ‌ି ଭିଡିଓରେ ଦେଖିବାକୁ ମିଳିଛି। ୨ ଜଣ ମହିଳା ଡାକ୍ତର ଆକ୍ରମଣରେ ଆହତ ହୋଇଛନ୍ତି। ପୁଲିସ ପକ୍ଷରୁ ଏହି ଆକ୍ରମଣରେ ସାମିଲ ‌ଥିବା ଲୋକମାନଙ୍କୁ ଖୋଜାଚାଲିଛି। ଇତି ମଧ୍ୟରେ ୭ ଜଣ ଗିରଫ ହୋଇଛନ୍ତି। ଭିଡିଓ ଫୁଟେଜ୍‌ ଆଧାରରେ ଅନ୍ୟ ଦୋଷୀମାନଙ୍କୁ ମଧ୍ୟ ଖୋଜା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe