୧୭ କୋଟି ଭାରତୀୟଙ୍କ ତଥ୍ୟ ଚୋରି କରି ୭ ଗିରଫ

Advertisment
କ୍ୟାପିଟାଲ କ୍ରାଇମ: ସରକାରୀ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ,୨ ଗିରଫ

ହାଇଦ୍ରାବାଦ: ତେଲେଙ୍ଗାନାର ସାଇବରାବାଦ ପୁଲିସ ଆଜି ଏକ ସାଇବର ଅପରାଧ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି। ଗତ ୨ ବର୍ଷ ମଧ୍ୟ‌‌ରେ ଏହି ଗ୍ୟାଙ୍ଗ୍‌ ୧୬.୮ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ଏବଂ ଆର୍ଥିକ ତଥ୍ୟ ଚୋରି କରି ଏହାକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି।

ବିଭିନ୍ନ କମ୍ପାନିର ସିଇଓ, ସରକାରୀ ଅଧିକାରୀ ଏବଂ ପ୍ରତିରକ୍ଷା ଅଧିକାରୀଙ୍କ ତଥ୍ୟ ମଧ୍ୟ ଚୋରି ହୋଇଥିବା କୁହାଯାଉଛି। ପୁଲିସ କହିଛି ଯେ ଏଭଳି ତଥ୍ୟ ଚୋରି ଗୁଇନ୍ଦା ବ୍ୟବସ୍ଥା ଏବଂ ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ। ସେହିପରି ପୃଥକ୍‌ ଘଟଣାରେ ସାଇବରାବାଦ ପୁଲିସ ଏସ୍‌ବିଆଇ ଏବଂ ବ୍ୟାଙ୍କ ଅଫ୍‌ ବରୋଦାର ଗ୍ରାହକମାନଙ୍କ କ୍ରେଡିଟ୍‌ କାର୍ଡ ବିବରଣୀ ଚୋରି କରିଥିବା ଅଭିଯୋଗରେ ଦିଲ୍ଲୀରୁ ୯ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe