କୋଭିଡ୍‌ ନିୟମ ଉଲ୍ଲଂଘନ କରି ‘ଜନ୍ମଦିନ ପାର୍ଟି’ ଆୟୋଜନ ମହଙ୍ଗା ପଡ଼ିଲା; ୭ ଗିରଫ: ଭିଡିଓ ହେଲା ଭାଇରାଲ୍‌

Advertisment
କୋଭିଡ୍‌ ନିୟମ ଉଲ୍ଲଂଘନ କରି ‘ଜନ୍ମଦିନ ପାର୍ଟି’ ଆୟୋଜନ ମହଙ୍ଗା ପଡ଼ିଲା; ୭ ଗିରଫ: ଭିଡିଓ ହେଲା ଭାଇରାଲ୍‌

ସୁରଟ: କରୋନାଭାଇରସ୍‌ ମହାମାରୀ କାରଣରୁ ରାଜ୍ୟରେ ଲାଗିଥିବା ନିଷେଧାଦେଶର ସ୍ପଷ୍ଟ ଉଲ୍ଲଂଘନ କରି ସୁରଟର ସିନ୍ଧୱାଦ ଅଞ୍ଚଳର ଚକ୍‌ ବଜାରରେ ଏକ ଜନ୍ମଦିନ ପାର୍ଟିର ଆୟୋଜନ ଆୟୋଜକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାରେ ପୁଲିସ୍‌ ୭ ଜଣଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଏହି ଜନ୍ମଦିନ ପାର୍ଟିର ଏକ ଭିଡିଓ କ୍ଲିପ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଘଟଣା ସଂପର୍କରେ ସୂଚନା ଦେଇ ପୁଲିସ ପକ୍ଷରୁ କୁହାଯାଇଛି ଯେ ଆୟୋଜକମାନେ ଜନ୍ମଦିନ ପାର୍ଟି ପାଇଁ ଅନୁମତି ନେଇଥିଲେ ଏବଂ ସେମାନଙ୍କୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି କୋଭିଡ୍‌ ଶୃଙ୍ଖଳା ମଧ୍ୟରେ ପାର୍ଟି ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ତେବେ, ଆୟୋଜକମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ର ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ସଂଖ୍ୟାରେ ଅତିଥିଙ୍କୁ ଆମନ୍ତ୍ରଣ କରିବା ସହ ଆୟୋଜକମାନେ ରାତି କର୍ଫ୍ୟୁକୁ ଅବମାନନା କରି ସମାବେଶରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚ, ଗୀତ ଓ ମଦର ଆସର ଜମାଇଥିଲେ।

ଏହି ଆସରରେ ଅନୁମତି ପ୍ରାପ୍ତ ଲୋକଙ୍କ ସୀମା ଉଲ୍ଲଂଘନ କରିଥିଲା। ମୁମ୍ବାଇରୁ ନୃତ୍ୟଶିଳ୍ପୀମାନେ ଜନ୍ମଦିନ ପାର୍ଟିକୁ ନିମନ୍ତ୍ରିତ ହୋଇ ଆସିବା ସହ ପାର୍ଟିରେ ନୃତ୍ୟ ପ୍ରଦର୍ଶନ କରିଥିଲେ ଏବଂ ଆୟୋଜକମାନେ ସେମାନଙ୍କ ସହ ନାଚିବା ସହିତ ସେମାନଙ୍କ ଉପରକୁ ନୋଟ୍‌ ଫୋପାଡୁ ଥିବା ଦେଖିବାକୁ ମିଳିଛି। ଏହି ଉଦ୍ଦେଶ୍ୟରେ ଏକ ବିରାଟ ମଞ୍ଚ ପ୍ରସ୍ତୁତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe