ଗାଜାର ଜାବାଲିଆ ଶରଣାର୍ଥୀ ଶିବିରରେ ଭୟାବହ ଅଗ୍ନିକାଣ୍ଡ; ୭ ପିଲାଙ୍କ ସମେତ ୨୧ ଜୀବନ୍ତ ଦଗ୍ଧ

ଗାଜାର ଜାବାଲିଆ ଶରଣାର୍ଥୀ ଶିବିରରେ ଭୟାବହ ଅଗ୍ନିକାଣ୍ଡ; ୭ ପିଲାଙ୍କ ସମେତ ୨୧ ଜୀବନ୍ତ ଦଗ୍ଧ

Image Courtesy of The Times of Israel

ନୂଆଦିଲ୍ଲୀ: ଗୁରୁବାର ଦିନ ଗାଜା ଷ୍ଟ୍ରିପ୍‌ର ଜାବାଲିଆ ଶରଣାର୍ଥୀ ଶିବିରର ଗୋଟାଏ ଜନଗହଳି ଭରା ଆବାସିକ ଅଟ୍ଟାଳିକାରେ ନିଆଁ ଲାଗିଯିବାରୁ ୭ଜଣ ପିଲାଙ୍କ ସମେତ ଅନ୍ୟୂ ୨୧ଜଣ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିବା କଥା ‘ବିବିସି’ ରିପୋର୍ଟ କରିଛି।

ଗାଜାର ଗୃହ ମନ୍ତ୍ରାଳୟ କହିଛି, ଗାଜାର ଉତ୍ତର ପ୍ରାନ୍ତରେ ଥିବା ଜନାକୀର୍ଣ୍ଣ ଜାବାଲିଆ ଶରଣାର୍ଥୀ ଶିବିରରେ ନିଆଁ ଲାଗିଥିଲା। ଚାରି ତାଲାବିଶିଷ୍ଟ ଅଟ୍ଟାଳିକାର ସବା ଉପର ତାଲାରୁ ଉଠୁଥିବା ବିରାଟ ଅଗ୍ନିଶିଖାଗୁଡ଼ିକୁ ଲିଭାଇବା ପାଇଁ ଦମକଳ ବାହିନୀର କର୍ମଚାରୀମାନଙ୍କୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି, କୋଠା ଭିତରେ ଗଚ୍ଛିତ ଥିବା ବିପୁଳ ପରିମାଣର ‘ଗ୍ୟାସୋଲିନ୍‌’ ଏହି ଅଗ୍ନିକାଣ୍ଡକୁ ଭୟଙ୍କର କରାଇଥିଲା। ସେ କୋଠାରେ ଥିବା ସମସ୍ତେ ଜୀବନ ହରାଇଛନ୍ତି।

publive-image Image Courtesy of India Today

ଜଳନ୍ତା କୋଠା ଚାରିପଟେ ଲୋକେ ଚିତ୍କାର କରୁଥିବା ବେଳେ ପୋଡ଼ି ମରୁଥିବା ଲୋକଙ୍କ ଆତ୍ମୀୟମାନେ ରାସ୍ତାରେ କନ୍ଦାକଟା କରି ପ୍ରାର୍ଥନା କରୁଥିଲେ।

ପାଲେଷ୍ଟେନୀୟ ଅଥରିଟି ପ୍ରେସିଡେଣ୍ଟ୍‌ ମହମ୍ମଦ୍‌ ଆବ୍ବାସ୍‌ ଏହି ଅଘଟଣକୁ ଜାତୀୟ ଦୁର୍ବିପାକ କହିବା ସହିତ ମୃତ ଲୋକମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ ଦିନ ଶୋକ ଘୋଷଣା କରିଛନ୍ତି ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

ଗାଜାରେ ଥିବା ୮ଟି ଶରଣାର୍ଥୀ ଶିବିରରୁ ଜାବାଲିଆ ଗୋଟାଏ। ବିଶ୍ବର ସବୁଠୁ ଅଧିକ ଜନବହୁଳ ଅଞ୍ଚଳଗୁଡ଼ିକ ମଧ୍ୟରୁ ଗୋଟିଏ ଏହି ଶିବିରରେ ୨.୩ ନିୟୁତ ଜନତା ବାସ କରନ୍ତି।

‘ସିଏନ୍‌ଏନ୍‌’ ରିପୋର୍ଟ ଅନୁସାରେ, ସେ ଅଞ୍ଚଳରେ ମାତ୍ର ଗୋଟିଏ ପାୱାର୍‌ ଷ୍ଟେସନ୍‌ ଅଛି ଏବଂ ଦିନକୁ ମାତ୍ର ୮ ଘଣ୍ଟା ବିଜୁଳି ଯୋଗାଣ ହୋଇଥାଏ। ସେହି କାରଣରୁ ଗାଜାରେ ବସବାସ କରୁଥିବା ଅନେକ ପରିବାର ଜେନେରେଟର୍‌ ଚଳାଇବା ଲାଗି ଗ୍ୟାସୋଲିନ୍‌ ଓ ଡିଜେଲ୍‌ ଗଚ୍ଛିତ ରଖିଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe