ୱାସିଂଟନ: ଗ୍ରିନ୍ଲାଣ୍ଡ ଦଖଲ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୋଜନାକୁ ତାଙ୍କ ନାଟୋ ସହଯୋଗୀ ତଥା ୟୁରୋପୀୟ ଦେଶଗୁଡ଼ିକ ପକ୍ଷରୁ ବ୍ୟାପକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ୟୁରୋପୀୟ ଦେଶ ଏହା ବିରୋଧରେ ଏକାଠି ହୋଇଛନ୍ତି। ନାଟୋ ଦେଶର ସଦସ୍ୟମାନେ ‘ଅପରେସନ ଆର୍କିଟିକ ଏଣ୍ଡୁରାନ୍ସ’ ନାମରେ ଯୁଗ୍ମ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅପରେସନ ପାଇଁ ଫ୍ରାନ୍ସ ଏହାର ୨୭ତମ ମାଉଣ୍ଟେନ ଇନଫାଣ୍ଟ୍ରି ବ୍ରିଗେଡର ୧୫ ଜଣ ସୈନ୍ୟଙ୍କୁ ଗ୍ରିନଲାଣ୍ଡ ପଠାଇଛି। ଜର୍ମାନୀ ୧୩ ଜଣ ସୈନ୍ୟ ଗ୍ରିନଲାଣ୍ଡକୁ ପଠାଇଛି। ନରୱେ, ନେଦରଲାଣ୍ଡ ଓ ଫିନଲାଣ୍ଡ ୨ ଜଣ ଲେଖାଏଁ ସୈନ୍ୟ ପଠାଇଛନ୍ତି। ବ୍ରିଟେନ ଜଣେ ମିଲିଟାରି ଅଫିସରଙ୍କୁ ପଠାଇଛି। ସ୍ବିଡେନ ମଧ୍ୟ ଗ୍ରିନଲାଣ୍ଡକୁ ସୈନ୍ୟ ପଠାଇବ ବୋଲି କହିଛି। ତେବେ ସ୍ବିିଡେନ କେତେ ସୈନ୍ୟ ପଠାଇବ ତାହା ସ୍ପଷ୍ଟ କରିନାହିଁ। ଡେନମାର୍କ ସେନା ସହିତ ୟୁରୋପୀୟ ଦେଶର ୩୫-୪୦ ସୈନ୍ୟ ଗ୍ରିନଲାଣ୍ଡ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଇଟାଲିର ପ୍ରତିରକ୍ଷା ମନ୍ତ୍ରୀ ଗୁଇଡୋ କ୍ରୋସେଟୋ ଏହି ପୂରା ଅପରେସନକୁ ଉପହାସ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି। ପୋଲାଣ୍ଡ, ଇଟାଲି ଓ ତୁର୍କୀ ଗ୍ରିନଲାଣ୍ଡକୁ ସୈନ୍ୟ ପଠାଇବାକୁ ମନା କରିଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି, ଆଗାମୀ ଦିନରେ ଗ୍ରିନଲାଣ୍ଡକୁ ସ୍ଥଳ ମାର୍ଗ, ଆକାଶ ତଥା ସମୁଦ୍ର ମାର୍ଗରେ ଅଧିକ ସୈନ୍ୟ ପଠାଯିବ। ସୈନ୍ୟ ସଂଖ୍ୟା କମ୍ ଥିଲେ ମଧ୍ୟ ଗ୍ରିନଲାଣ୍ଡ ପ୍ରସଙ୍ଗରେ ନାଟୋ ସଦସ୍ୟ ଏକାଠି ଥିବା ଏହା ଦର୍ଶାଉଛି।
Notice: ଜନ ଅଭିଯୋଗ ଶୁଣାଣିରେ ଅନୁପସ୍ଥିତି ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍
ପୂରା ଅପରେସନ୍କୁ ‘ଉପହାସ’ ବୋଲି କହିଲା ଇଟାଲି
‘ଟ୍ରେଡ୍ ବାଜୁକା’ ବ୍ୟବହାର କରିବାକୁ ୟୁରୋପୀୟ ସଂଘର ବିଚାର
ଅପରେସନ ଆର୍କିଟିକ୍ ଏଣ୍ଡୁରାନ୍ସ ଡେନମାର୍କ ନେତୃତ୍ବରେ କାର୍ଯ୍ୟକାରୀ ହେଉଥିବାବେଳେ ଗ୍ରିନଲାଣ୍ଡରେ ଭବିଷ୍ୟତରେ ବଡ଼ଧରଣ ସୈନ୍ୟ ମୁତୟନ ଲକ୍ଷ୍ୟରେ ଏହା ଆରମ୍ଭ କରାଯାଇଛି। ଏହି ଅପରେସନ ଆର୍କଟିକ ଅଞ୍ଚଳରେ ସହଯୋଗୀ ଦେଶମାନଙ୍କରେ ସାମରିକ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ କରାଯାଉଛି। ଆଗକୁ ଗ୍ରିନଲାଣ୍ଡ ଚତୁଃପାର୍ଶ୍ବରେ ଅପରେସନ ଆର୍କଟିକ୍ ସେଣ୍ଟ୍ରି ନାଁରେ ବଡ଼ଧରଣର ନାଟୋ ମିସନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରହିଛି। ତେବେ ଏହା ଆରମ୍ଭ ହେବାକୁ ଅନେକ ବର୍ଷ ଲାଗିବ ବୋଲି ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ବୋରିସ୍ ପିସ୍ତୋରିସ୍ କହିଛନ୍ତି। ଟ୍ରମ୍ପଙ୍କ ଶୁଳ୍କ ନୀତିର ଜବାବରେ ୟୁରୋପୀୟ ସଂଘ ଆମେରିକା ଉପରେ ବାଣିଜ୍ୟ କଟକଣା ଲାଗୁ କରିବାକୁ ପ୍ରସ୍ତୁତ ହେଉଛି। ୟୁରୋପୀୟ ସଂଘ ‘ଟ୍ରେଡ୍ ବାଜୁକା’ ବ୍ୟବହାର କରିବାକୁ ବିଚାର କରୁଛି, ଯାହା ୟୁରୋପୀୟ ଦେଶଗୁଡ଼ିକ ଉପରେ ଲାଗୁ ହୋଇଥିବା ଆର୍ଥିକ କଟକଣା ବିରୋଧରେ କାର୍ଯ୍ୟ କରିବ।
Minister Said about Startup: ଷ୍ଟାର୍ଟଅପ୍ ରୢାଙ୍କ ଖସିବା ପାଇଁ ପୂର୍ବ ସରକାର ଦାୟୀ: ମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/20/ddgadgadgcvzcvcvz-2026-01-20-01-34-19.jpg)