ସିଗନାଲିଂ ଉପରେ ରେଳବାଇର ଦେଶବ୍ୟାପୀ ୭ ଦିନିଆ ସୁରକ୍ଷା ଅଭିଯାନ

Advertisment
ଓଡ଼ିଶାକୁ ଦୁଇଟି ନୂଆ ରେଳ ପ୍ରକଳ୍ପ: ଜଳେଶ୍ୱର-ଚନ୍ଦନେଶ୍ୱର ରେଳ ଲାଇନ୍‌କୁ ଅନୁମୋଦନ

Ixigo

ନୂଆଦିଲ୍ଲୀ: ବାହାନଗାଠାରେ ଗତ ୨ ତାରିଖରେ ହୋଇଥିବା ରେଳ ଦୁର୍ଘଟଣାର ତଦନ୍ତ ଭାର ସିବିଆଇକୁ ଗତକାଲି ହସ୍ତାନ୍ତର କରାଯାଇଛି। ଏହା ପରେ ଆଜି ସିଗନାଲିଂ ବ୍ୟବସ୍ଥା ଉପରେ ୭ ଦିନିଆ ସୁରକ୍ଷା ଅଭିଯାନ ନେଇ ରେଳବାଇ ଘୋଷଣା କରିଛି। ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଡବଲ ଲକିଂ ସୁବିଧା ଉପରେ ଏହି ଅଭିଯାନ ସର୍ବାଧିକ ଗୁରୁତ୍ବ ଦେବ।

ରିଲେ ରୁମ୍ ଏବଂ ଅନ୍ୟ ସ୍ଥାନରୁ ନିୟନ୍ତ୍ରଣ ହେଉଥିବା ସିଗନାଲିଂ ଉପକରଣରେ ଦୁଇ ପର୍ଯ୍ୟାୟ ଲକିଂ ବ୍ୟବସ୍ଥା ରହିଛି। ଏହାକୁ ଖୋଲିବା ପାଇଁ ଉଭୟ ଷ୍ଟେସନ ମାଷ୍ଟର ଓ ସିଗନାଲିଂ ଷ୍ଟାଫ୍‌ଙ୍କର ଆବଶ୍ୟକତା ରହିଛି। ସୁରକ୍ଷା ଦୃଷ୍ଟିରୁ ଏପରି ବ୍ୟବସ୍ଥା ରହିଛି। ସବୁ କେବିନ ହାଉସର ସିଗନାଲିଂ ଉପକରଣଗୁଡ଼ିକ ଯାଞ୍ଚ ହେବ ଏବଂ ସେଥିରେ ଡବଲ ଲକିଂ ସିଷ୍ଟମ ବ୍ୟବସ୍ଥା ଠିକ୍‌ରେ କାର୍ଯ୍ୟ କରୁଥିବା ସଂପର୍କରେ ଅନୁଧ୍ୟାନ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe