ବାଣ କାରଖାନାରେ ବିସ୍ଫୋରଣ, ୮ଜଣଙ୍କ ମୃତ୍ୟୁ, ୩ଜଣ ଗୁରୁତର

Advertisment
ବାଣ କାରଖାନାରେ ବିସ୍ଫୋରଣ, ୮ଜଣଙ୍କ ମୃତ୍ୟୁ, ୩ଜଣ ଗୁରୁତର

ବନ୍ଦାୟୁ: ଉତ୍ତରପ୍ରଦେଶର ବନ୍ଦାୟୁ ଜିଲ୍ଲାରେ ଥିବା ସିଭିଲ ଲାଇନ୍ସ ଅଞ୍ଚଳରେ ଏକ ବାଣ କାରଖାନାରେ ଶୁକ୍ରବାର ବିସ୍ଫୋରଣ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବହୁଦୂର ପର୍ଯ୍ୟନ୍ତ ଶୁଣା ଯାଇଥିବା ନେଇ ସ୍ଥାନୀୟଲୋକେ କହିଥିଲେ।

ସୂଚନାଯୋଗ୍ୟ, ବନ୍ଦାୟୁ ଜିଲ୍ଲାରେ ଥିବା ସିଭିଲ ଲାଇନ୍ସ ଅଞ୍ଚଳ ନିକଟସ୍ଥ ରସୁଲପୁର ଗ୍ରାମ ନିକଟରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ବାଣ କାରଖାନାରେ ଦୀପାବଳିକୁ ଆଖି ଆଗରେ ରଖି ଏଠାରେ ବାଣ ନିର୍ମାଣ କରାଯାଉଥିଲା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣର ପ୍ରଭାବ ଏତେ ଭୟଙ୍କର ଥିଲା କି ଆଖପାଖରେ ଥିବା ଦୋକାନ ଓ ସେହି ସ୍ଥାନ ଦେଇ ଯାଛଥିବା ଲୋକ ବି ଗୁରୁତର ଆହତ ହୋଇପଡ଼ିଥିବା ସୂଚନା ମିଳିଛି। ନିଆଁ ଲାଗିବା ଖବର ମିଳିବା ପରେ ତୁରନ୍ତ ଦମକଳଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe