ଧାର୍ମିକ କାର୍ଯ୍ୟକ୍ରମରେ ମଞ୍ଚ ଭୁଶୁଡ଼ି ୭ ମୃତ, ୪୦ ଆହତ

Advertisment

ଉତ୍ତର ପ୍ରଦେଶର ବାଗପତରେ ଥିବା ଜୈନ ନିର୍ବାଣ ମହୋତ୍ସବରେ ମଙ୍ଗଳବାର ଏକ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଓ ଶିଶୁଙ୍କ ସମେତ ୪୦ ଜଣ ଆହତ ହୋଇଛନ୍ତି।

ଉତ୍ତର ପ୍ରଦେଶର ବାଗପତରେ ଥିବା ଜୈନ ନିର୍ବାଣ ମହୋତ୍ସବରେ ମଙ୍ଗଳବାର ଏକ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଓ ଶିଶୁଙ୍କ ସମେତ ୪୦ ଜଣ ଆହତ ହୋଇଛନ୍ତି।

fhsfhsbb

ବାଗପତ: ଉତ୍ତର ପ୍ରଦେଶର ବାଗପତରେ ଥିବା ଜୈନ ନିର୍ବାଣ ମହୋତ୍ସବରେ ମଙ୍ଗଳବାର ଏକ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଓ ଶିଶୁଙ୍କ ସମେତ ୪୦ ଜଣ ଆହତ ହୋଇଛନ୍ତି। ବାଗପତର ବାଗୌରରେ ମହୋତ୍ସବ ବେଳେ ବାଉଁଶ ଓ କାଠରେ ନିର୍ମିତ ଅସ୍ଥାୟୀ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଏହି ଘଟଣା ଘଟିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଶହ ଶହ ଶ୍ରଦ୍ଧାଳୁ ଜୈନ ସାଧୁଙ୍କ ଉପସ୍ଥିତିରେ ଭଗବାନ ଆଦିନାଥଙ୍କୁ ଲଡୁ ଅର୍ପଣ କରିବା ପାଇଁ ପହଞ୍ଚିଥିଲେ। ତେବେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ମଞ୍ଚ ଓଜନ ସମ୍ଭାଳି ନ ପାରି ଭୁଶୁଡ଼ି ପଡ଼ିବାରୁ ବହୁ ଲୋକ ଫସି ଯାଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକାରୀମାନେ ବ୍ୟାପକ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପୂର୍ବରୁ ୧୦୮ ଆମ୍ବୁଲାନ୍ସ ଉପସ୍ଥିତ ଥିବାରୁ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। 

ପାଖାପାଖି ୩୦ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇ ଆସୁଥିବା ବେଳେ ଆଜିର ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ୪୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ପ୍ରାଥମିକ ଚିକିତ୍ସା ପରେ ୨୦ ଜଣଙ୍କୁ ଛାଡ଼ି ଦିଆଯାଇଛି ବୋଲି ବାଗପତ ଜିଲ୍ଲାପାଳ ଅସ୍ମିତା ଲାଲ କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ  ଶ୍ରଦ୍ଧାଳୁଙ୍କ ଚିକିତ୍ସା କ୍ଷେତ୍ରରେ କୌଣସି ଅବହେଳା ନ କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe