ବିଷାକ୍ତ ମଦ ପିଇ ୭ ମୃତ, ୨୦ ଗୁରୁତର

Advertisment
ବିଷାକ୍ତ ମଦ ପିଇ ୭ ମୃତ, ୨୦ ଗୁରୁତର

କୋଲକାତା : ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ଶାନ୍ତିପୁର ଅଞ୍ଚଳରେ ବିଷାକ୍ତ ଦେଶୀ ମଦ ପିଇ ଜଣେ ମହିଳାଙ୍କ ସହ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨୦ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧୢରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଏହି ଘଟଣାକୁ ନେଇ ରାଜ୍ୟ ବିଧାନସଭା ଉଠିଛି ପଡ଼ିଛି। ବିରୋଧୀମାନେ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ମଦ ମୃତ୍ୟୁ ଘଟଣାରେ ଅବକାରୀ ବିଭାଗର ୧୧ ଜଣ କର୍ମଚାରୀଙ୍କୁ ସସ୍‌ପେଣ୍ତ କରାଯାଇଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ନଦିଆ ଜିଲ୍ଲାର ଚୌଧୁରୀପଡ଼ା ଇଲାକାରେ ମଙ୍ଗଳବାର ରାତିରେ ବିଷାକ୍ତ ଦେଶୀ ମଦ ପିଇବାର କିଛି ସମୟ ପରେ ଲୋକମାନଙ୍କ ଦେହ ଜଳିଲା ଭଳି ଅନୁଭବ କରିଥିଲେ। ତା’ପରେ ଅନେକଙ୍କ ମୁଣ୍ତ ବୁଲାଇଥିଲା ଏବ˚ ପରେ ବାନ୍ତି କରିଥିଲେ। ଜଣକ ପରେ ଜଣେ ଦେଶୀ ମଦ ପିଇଥିବା ଲୋକେ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ଶାନ୍ତିପୁର ଷ୍ଟେଟ୍‌ ଜେନେରାଲ ହସ୍ପିଟାଲ ଏବ˚ କଲନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ସୁଦ୍ଧା ଜଣେ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି ଡାକ୍ତରଖାନାରେ। ଚିକିତ୍ସାଧୀନ ଥିବା ୨୦ ଜଣଙ୍କ ମଧୢରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବର୍ଦ୍ଧମାନରୁ ଡଙ୍ଗା ଯୋଗେ ଚୋରାରେ ଦେଶୀମଦ ଆଣି ନଦିଆରେ ବିକ୍ରି ହେଉଛି। ଏହି ଦେଶୀମଦ ପିଇ ଲୋକଙ୍କ ମୃତ୍ୟୁ ହେଉଛି। ଖବର ପାଇ ସ୍ଥାନୀୟ ବିଡିଓ, ଏସ୍‌ଡିଓଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧୢାନ କରିଛନ୍ତି। ଜରୁରୀକାଳୀନ ଭିତ୍ତିରେ ଏକ ମେଡିକାଲ ଟିମ୍‌କୁ ସେହି ଗ୍ରାମରେ ନିୟୋଜିତ କରାଯାଇଛି। ସେମାନେ ଦେଶୀମଦ ପିଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରୀକ୍ଷା ନିରୀକ୍ଷା କରୁଛନ୍ତି। ଏହି ଘଟଣା ପରେ ଦେଶୀମଦ ବିକ୍ରି ଏବ˚ ପିଇବା ଉପରେ ପୁଲିସ କଡ଼ା ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe