ହାଓଡ଼ାରେ ବିଷାକ୍ତ ମଦ ପିଇ ୭ ମୃତ

ବିହାରରେ ବିଷାକ୍ତ ମଦ ପିଇ ୨୨ ମୃତ

NCR News

କୋଲକାତା : ହାଓଡ଼ା ଜିଲ୍ଲାର ଘୁସୁରୀରେ ବିଷାକ୍ତ ମଦ ପିଇ ଗତରାତିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗକ୍ରମେ ମଦ ଦୋକାନ ମାଲିକଙ୍କୁ ମାଳିପାଞ୍ଚଗୋରା ଥାନା ପୁଲିସ ଆଜି ଗିରଫ କରିଛି। ମଙ୍ଗଳବାର ରାତିରେ ବେଆଇନ ଭାବେ ଚାଲିଥିବା ଏକ ଦୋକାନରୁ ସମସ୍ତେ ମଦ ପିଇଥିଲେ। କିଛି ସମୟ ପରେ ସେମାନେ ବାନ୍ତି କରିବା ସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଅସୁସ୍ଥମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe