ଚୁନପଥର ଖଣି ଭୁଶୁଡ଼ି ୬ ମହିଳାଙ୍କ ସମେତ ୭ ମୃତ

Advertisment
ଚୁନପଥର ଖଣି ଭୁଶୁଡ଼ି ୬ ମହିଳାଙ୍କ ସମେତ ୭ ମୃତ

ଜଗଦଳପୁର : ଛତିଶଗଡ଼ର ବସ୍ତର ଜିଲ୍ଲାରେ ଏକ ଚୁନପଥର ଖଣି ଭୁଶୁଡ଼ି ପଡ଼ିବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୭ ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି। ଜିଲ୍ଲା ମୁଖ୍ୟାଳୟ ଜଗଦଳପୁରଠାରୁ ୧୨ କିମି ଦୂର ନଗରନାର ଥାନା ଅନ୍ତର୍ଗତ ମାଲଗାଓଁ ଗ୍ରାମରେ ଏହି ଦୁର୍ଘଟଣା ହୋଇଛି। ଶ୍ରମିକମାନେ ଖଣିରେ ମାଟି ଖୋଳୁଥିବା ବେଳେ ଖଣିର କିଛି ଅଂଶ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେମାନେ ପୋତି ହୋଇ ଯାଇଥିଲେ। ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କର ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ଘଟଣା ଘଟିଥିବା ସ୍ଥାନରେ କେବଳ ୭ ଜଣ ଲୋକ ହିଁ ମାଟି ଖୋଳୁଥିଲେ ଏବଂ ସମସ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସରକାର ଏହି ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe