ଆଷ୍ଟ୍ରାଜେନେକା ଟିକା ନେବା ପରେ ରକ୍ତ ଜମାଟ ବାନ୍ଧିବାରୁ ବ୍ରିଟେନରେ ୭ଜଣଙ୍କ ମୃତ୍ୟୁ

Advertisment
ଆଷ୍ଟ୍ରାଜେନେକା ଟିକା ନେବା ପରେ ରକ୍ତ ଜମାଟ ବାନ୍ଧିବାରୁ ବ୍ରିଟେନରେ ୭ଜଣଙ୍କ ମୃତ୍ୟୁ

ndtv

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା ଟିକା ନେବା ପରେ ରକ୍ତ ଜମାଟ ବାନ୍ଧିବାରୁ ବ୍ରିଟେନରେ ୭ଜଣଙ୍କ ମୃତ୍ୟୁ। ଟିକା ନେବା ପରେ ୩୦ଜଣଙ୍କର ରକ୍ତ ଜମାଟ ବାନ୍ଧିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏନେଇ ବ୍ରିଟେନର ଡାକ୍ତରୀ ନିୟାମକ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖାଦେଉଥିବାରୁ ଆଷ୍ଟ୍ରାଜେନେକାର କରୋନା ଟିକା ବ୍ୟବହାର ବନ୍ଦ କରିଥିଲେ ୬ଟି ଦେଶ। ଅଷ୍ଟ୍ରିଆ, ଡେନମାର୍କ, ଇଷ୍ଟୋନିଆ, ଲାଟଭିଆ, ଲିଥୁଆନିଆ ଏବଂ ଲକ୍ସେମବର୍ଗ ରକ୍ତ ଜମାଟ ବାନ୍ଧୁଥିବା କାରଣ ଦର୍ଶାଇ ଆଷ୍ଟ୍ରାଜେନେକା ଟିକା ବ୍ୟବହାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

publive-image indiatoday

ହେଲେଏହି ୬ଟି ଦେଶ ଆଷ୍ଟ୍ରାଜେନେକାର କୋଭିଡ -୧୯ ଟିକା ସୁରକ୍ଷିତ ନୁହେଁ ବୋଲି କହିଥିବା ବେଳେ ବ୍ରିଟେନ ସରକାର ଏହାକୁ ଖଣ୍ଡନ କରିଥିଲେ। ବ୍ରିଟେନ ସରକାର କହିଥିଲେ ଯେ, ଆଷ୍ଟ୍ରାଜେନେକା ଟିକା ଉଭୟ ନିରାପଦ ଏବଂ ପ୍ରଭାବଶାଳୀ। ଏବଂ ଯଦି ଲୋକଙ୍କୁ ଆଗକୁ ଆସି ଏହାକୁ ନେବାକୁ କୁହାଯାଏ, ସେମାନେ ଆତ୍ମବିଶ୍ୱାସର ସହ ଆସି ଏହି ଟିକା ନେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗଣମାଧ୍ୟମକୁ କହିଥିଲେ। ହେଲେ ଆଜି ଆଷ୍ଟ୍ରାଜେନେକା ଟିକା ନେଇ ୭ଜଣଙ୍କର ମୃତ୍ୟୁ ଘଟିଥିବା ବ୍ରିଟେନ ମାନିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe