ବିବାହ କାର୍ଯ୍ୟକ୍ରମକୁ ନ ଯାଇ ବି କରୋନା ସଂକ୍ରମଣ ଯୋଗୁଁ ଚାଲିଗଲା ୭ ଜଣଙ୍କର ଜୀବନ

Advertisment
ବିବାହ କାର୍ଯ୍ୟକ୍ରମକୁ ନ ଯାଇ ବି କରୋନା ସଂକ୍ରମଣ ଯୋଗୁଁ ଚାଲିଗଲା ୭ ଜଣଙ୍କର ଜୀବନ

photo-quartz

ନ୍ୟୁୟର୍କ: ଭାରତ ସହିତ ବିଶ୍ୱର ଅନେକ ଦେଶରେ ବିବାହ କାର୍ଯ୍ୟକ୍ରମରୁ କରୋନା ସଂକ୍ରମଣ ବାବଦରେ ଆପଣ ଜାଣିଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଖବର ଆସିଛି ଯେଉଁଥିରୁ ଜଣାପଡିଛି ଯେ ବିବାହ କାର୍ଯ୍ୟକ୍ରମକୁ ନ ଯାଇ ବି କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି | ମିଳିଥିବା ସୂଚନା ମୁତାବକ ଆମେରିକାର ମେନ ରାଜ୍ୟରେ ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ସମୁଦାୟ ୫୫ ଜଣ ଲୋକ ସାମିଲ ହୋଇଥିଲେ | ତେବେ ଏହି ବିବାହ କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୭୭ ଜଣ ଲୋକ ସଂକ୍ରମିତ ହୋଇଯାଇଥିଲେ ଓ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଆମେରିକାର ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଦ୍ୱାରା ଯେତେବେଳେ ଏହା ବାବଦରେ ଜଣାପଡିଥିଲା, ଏହି ଘଟଣା ବାବଦରେ ଅନୁଧ୍ୟାନ କରାଯାଇଥିଲା |

ଏଥିରୁ ଜଣାପଡିଥିଲା ଯେ ଅଗଷ୍ଟ ୭ ରେ ବିବାହ ଅନୁଷ୍ଠିତ ହୋଇଥିଲା। ପରଦିନ ସମାରୋହରେ ଯୋଗ ଦେଉଥିବା ବ୍ୟକ୍ତିଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା ​​| ଏହା ପରେ, ବିବାହରେ ଯୋଗଦେଇଥିବା ମୋଟ ୫୫ ଜଣଙ୍କ ମଧ୍ୟରୁ ୨୭ ଜଣ ସଂକ୍ରମିତ ହୋଇଥିବାର ରିପୋର୍ଟ ଆସିଥିଲା | ତେବେ ଏହି ବିବାହରେ ଯୋଗ ଦେଇଥିବା ଜଣେ ସ୍ୱାସ୍ଥ୍ୟ କର୍ମୀ କରୋନା ପଜିଟିଭ ହୋଇଥିବାବେଳେ ସେ କାର୍ଯ୍ୟ କରୁଥିବା କେୟାର ହାଉସର ୩୮ କର୍ମଚାରୀ ଏବଂ ଅନ୍ୟମାନେ ସଂକ୍ରମିତ ହୋଇଥିଲେ।

ଏହି ଲୋକମାନେ ବିବାହ ସମାରୋହଠାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ଘଟିଛି | ସେହିପରି ଅନ୍ୟ ଜଣେ ଅତିଥି ବିବାହ ସମାରୋହଠାରୁ ୩୨୦ କିଲୋମିଟର ଦୂରରେ ଥିବା ଏକ ଜେଲରେ କାମ କରୁଥିଲେ | ବିବାହର ଏକ ସପ୍ତାହ ପରେ, ଏହି ବ୍ୟକ୍ତିଙ୍କ ଠାରେ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଥିଲା | ତଥାପି ସେ ଜେଲରେ କାର୍ଯ୍ୟ ଜାରି ରଖିଥିଲେ। ଏହି କାରଣରୁ, ୧୮ କର୍ମଚାରୀ ଏବଂ ୪୮ କଏଦୀଙ୍କ ନିକଟରେ କରୋନା ବ୍ୟାପିଯାଇଥିଲା | ଆଉ ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe