ଗାଧୋଇବାକୁ ଯାଇଥିବା ବେଳେ ହ୍ରଦର ଗଭୀରତା ଜାଣି ନପାରି ବୁଡ଼ିଗଲେ ୭ଜଣ ଯୁବକ

Advertisment
ଗାଧୋଇବାକୁ ଯାଇଥିବା ବେଳେ ହ୍ରଦର ଗଭୀରତା ଜାଣି ନପାରି ବୁଡ଼ିଗଲେ ୭ଜଣ ଯୁବକ

livehindustan

ନୂଆଦିଲ୍ଲୀ: ସୋମବାର ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଥିବା ଗୋବିନ୍ଦସାଗର ହ୍ରଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ହ୍ରଦରେ ବୁଡ଼ିଯିବା କାରଣରୁ ୭ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାଟି କୋଲକା ବାବା ଗରିବ ନାଥ ମନ୍ଦିର ନିକଟରେ ଦିନ ପ୍ରାୟ ୩.୫୦ ସମୟରେ ଘଟିଥିଲା। ସମସ୍ତ ମୃତ ବ୍ୟକ୍ତି ପଞ୍ଜାବର ବାସିନ୍ଦା ଏବଂ ସେମାନଙ୍କ ମଧ୍ୟରୁ ୬ ଜଣ ନାବାଳକ ଏବଂ ଜଣକର ବୟସ ୩୦ ଥିଲା ବୋଲି ଜଣାପଡ଼ିଛି। ଏହା ସହ ୨ଜଣ ଗୋଟିଏ ପରିବାରର ଥିବା କୁହାଯାଉଛି।

ମିଳିଥିବା ସୂଚନା ମୁତାବକ, ପଞ୍ଜାବସ୍ଥିତ ମୋହାଲିରୁ ୧୧ଜଣ ମନ୍ଦିର ପରିଦର୍ଶନ ପାଇଁ ଆସିଥିଲେ। ଏହି ଯୁବକମାନେ କୋଲକା ବାବା ଗରିବ ନାଥ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସୋମବାର ଅପରାହ୍ନରେ ମୃତକମାନେ ମନ୍ଦିର ପାଖରେ ଥିବା ଗୋବିନ୍ଦସାଗର ହ୍ରଦରେ ଗାଧୋଇବା ପାଇଁ ଯାଇଥିବା ବେଳେ ହ୍ରଦର ଗଭୀରତା ଜାଣିନଥିବାରୁ ପାଣିରେ ବୁଡ଼ିଯାଇଥିଲେ। ୧୧ଜଣ ଗା‌ଧୋଇବାକୁ ଯାଇଥିବା ବେଳେ ୭ଜଣ ହ୍ରଦରେ ବୁଡ଼ି ଯାଇଥିଲେ। ଉନା ପୁଲିସ ସମସ୍ତ ୭ଜଣଙ୍କ ମୃତଦେହ ଉଦ୍ଧାର କରି ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe