୧୧ଲକ୍ଷ ଖର୍ଚ୍ଚ କରି ବୁଲିବାକୁ ଯାଇଥିଲେ, ମିଛ ଜାଲରେ ଫସାଇ ୟୁକ୍ରେନ ବିରୋଧରେ ଲଢ଼ିବାକୁ ବାଧ୍ୟ କଲା ରୁଷ

Advertisment
୧୧ଲକ୍ଷ ଖର୍ଚ୍ଚ କରି ବୁଲିବାକୁ ଯାଇଥିଲେ, ମିଛ ଜାଲରେ ଫସାଇ ୟୁକ୍ରେନ ବିରୋଧରେ ଲଢ଼ିବାକୁ ବାଧ୍ୟ କଲା ରୁଷ

ନୂଆଦିଲ୍ଲୀ: ୧୧ଲକ୍ଷ ଖର୍ଚ୍ଚ କରି ବୁଲିବାକୁ ଯାଇଥିଲେ। ମିଛ ଜାଲରେ ଫସାଇ ୟୁକ୍ରେନ ବିରୋଧରେ ଲଢ଼ିବାକୁ ବାଧ୍ୟ କଲା ରୁଷ। ପଞ୍ଜାବ ଓ ହରିୟାଣାରୁ ଋଷ ଯାଇଥିବା ୭ଜଣ ଯୁବକଙ୍କ ସହ ଏଭଳି ଘଟିଥିବା ସାମ୍ନାକୁ ଆସିଛି। ୭ଜଣ ନୂଆ ବର୍ଷ ପାଳନ କରିବା ପାଇଁ ଡିସେମ୍ବର ୨୭ରେ ରୁଷ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେମାନଙ୍କ ପାଖରେ ୯୦ଦିନର ଭିସା ଥିଲା। ହେଲେ ଏବେ ସେମାନେ ରୁଷ ସେନାର କବଜାରେ ଥିବା ଦାବି କରିଛନ୍ତି। ଏକ ଭିଡିଓ ଏବେ ଏକ୍ସରେ ଭାଇରାଲ ହେଉଛି, ଯେଉଁଥିରେ ୭ଜଣ ଯୁବକ ଭାରତ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି।

ଏକ୍ସରେ ଭାଇରାଲ ହେଉଥିବା ୧୦୫ସେକେଣ୍ଡର ଭିଡିଓରେ ୭ଜଣ ପୁରୁଷ ରୁଷ ସେନାର ୟୁନିଫର୍ମ ପିନ୍ଧିଥିବାର ନଜର ଆସିଛନ୍ତି। ସେମାନେ ଏକ ବନ୍ଦ ଘରେ ଠିଆ ହୋଇଥିବା ବେଳେ ରୁମଟି ବହୁତ ଅପରିସ୍କାର ଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ୬ଜଣ ଏକ କୋଣରେ ଠିଆ ହୋଇଥିବାବେଳେ ହରିୟାଣାର ୧୯ ବର୍ଷ ବୟସ୍କ ହର୍ଷ ଭିଡିଓ ରେକର୍ଡ କରି ସେମାନଙ୍କ ଅବସ୍ଥା ବିଷୟରେ ବର୍ଣ୍ଣନା କରୁଛନ୍ତି ଏବଂ ସାହାଯ୍ୟ ମାଗୁଥିବା ଭିଡିଓରେ ଦେଖାଯାଇଛି।

ଭିଡିଓରେ ହର୍ଷ କହୁଛନ୍ତି ଯେ, ୯୦ଦିନର ଭିସା ସହ ସେମାନେ ଋଷ ଆସିଥିଲେ। କିଛି ଦିନ ଜଣେ ଏଜେଣ୍ଟ ସେମାନଙ୍କୁ ରୁଷରେ ବୁଲାଇବା ପରେ ବେଲାରୁଷ ବୁଲିବାକୁ ଯିବା ପାଇଁ କହିଥିଲେ। ସେଠାକୁ ଯିବା ପା‌ଇଁ ଭିସା ଆବଶ୍ୟକ ବୋଲି ସେମାନେ ଜାଣିନଥିବାରୁ ବେଲାରୁଷରେ ପହଞ୍ଚିବା ପରେ ପ୍ରବେଶ ପାଇଁ ଏଜେଣ୍ଟଜଣକ ଅଧିକ ଟଙ୍କା ମାଗିଥିଲେ। ୭ଜଣକ ପାଖରେ ଟଙ୍କା ନଥିବାରୁ ଏଜେଣ୍ଟ ତାଙ୍କୁ ଅଧା ବାଟରେ ଛାଡ଼ି ଚାଲିଯାଇଥିଲେ। ସେଠାରୁ ତାଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ପରେ ପୁଲିସ ୭ଜଣଙ୍କୁ ରୁଷ ସେନାକୁ ହସ୍ତାନ୍ତର କରିଥିବା ବେଳେ ଏବେ ସେମାନେ ୭ଭାରତୀୟଙ୍କୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe