ଆସନ୍ତାକାଲିଠାରୁ ଆନ୍ଧ୍ରପ୍ରଦେଶରେ ଲାଗୁ ହେବ ୭ ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ

ଆସନ୍ତାକାଲିଠାରୁ ଆନ୍ଧ୍ରପ୍ରଦେଶରେ ଲାଗୁ ହେବ ୭ ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ

phoo-zee news

ବିଶାଖାପାଟଣା: କରୋନା ସଂକ୍ରମଣ ବଢୁଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ଏବେ ରାଜ୍ୟ ସରକାରଙ୍କ ମୁଣ୍ଡକୁ ଚିନ୍ତା ଘାରିଛି | ଆଉ ତେଲେଙ୍ଗାନା ପରେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ସରକାର କରୋନା ମାମଲା ବଢ଼ୁଥିବାରୁ ଆସନ୍ତା ଏପ୍ରିଲ ୨୪ରୁ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ | ଚଳିତ ମାସ ଶେଷ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ସାରା ରାଜ୍ୟରେ ବଳବତ୍ତର ରହିବ।

ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ(ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ) ଅନିଲ କୁମାର ସିଂହଲ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ଅଛି | ଡାକ୍ତରଖାନାରେ ଶଯ୍ୟା କିମ୍ବା ଅମ୍ଳଜାନର ଅଭାବ ନଥିବାବେଳେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୦୪ କଲ୍ ସେଣ୍ଟରକୁ ମଜବୁତ କରାଯାଇଛି ବୋଲି ସିଂହଲ କହିଛନ୍ତି |

ସୂଚନା ଥାଉ କି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୭୬୬ଟି ନୂଆ ମାମଲା ସାମ୍ନାକୁ ଆସିଛି | ଏମାନଙ୍କ ମଧ୍ୟରୁ ୪୪୪୧ ଜଣ ସୁସ୍ଥ ହୋଇଥିବାବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି | ଆନ୍ଧ୍ରପ୍ରଦେଶରେ ଏପର୍ଯ୍ୟନ୍ତ ସମୁଦାୟ ୧୦ ଲକ୍ଷ ୯ ହଜାର ୨୨୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୯ ଲକ୍ଷ ୨୭ ହଜାର ୪୧୮ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ୭୫୭୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୪ ହଜାର ୨୩୧ ଟି ସକ୍ରିୟ ମାମଲା ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe