Image Courtesy of India Today
ନୂଆଦିଲ୍ଲୀ: ‘ଫୋର୍ବସ’ ପ୍ରସ୍ତୁତ ଆମେରିକାର ସବୁଠୁ ବିତ୍ତଶାଳୀ ବ୍ୟକ୍ତିଙ୍କ ତାଲିକାରେ ସାତ ଜଣ ଭାରତୀୟ ଆମେରିକୀୟ ସ୍ଥାନ ପାଇଛନ୍ତି।
ସେମାନେ ହେଉଛନ୍ତି, ଜେସ୍କେଲର୍ ସିଇଓ ଜୟ ଚୌଧୁରୀ, ସିମ୍ଫୋନି ଟେକ୍ନୋଲୋଜିର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ରୋମେଶ ୱାଧୱାନି, ୱେଫେୟାର୍ ସିଇଓ ନିରଜ ସିଂହ, ଖୋସ୍ଲା ଭେଞ୍ଚର୍ସର ପ୍ରତିଷ୍ଠାତା ବିନୋଦ ଖୋସ୍ଲା, ସେର୍ପାଲୋ ଭେଞ୍ଚର୍ସର ପରିଚାଳନା ଅଂଶୀଦାର ବିତର୍କ ରାମ ଶ୍ରୀରାମ, ଏୟାର୍ଲାଇନ୍ ଭେଟେରିୟାନ୍ ରାକେଶ ଗଙ୍ଗୱାଲ୍ ଏବଂ ୱାର୍କଡେ ସିଇଓ ସହସଂସ୍ଥାପକ ଅନୀଲ୍ ଭୁସ୍ରି।
Image Courtesy of Daily Hunt୨୦୨୦ ‘ଫୋର୍ବସ’ ବିତ୍ତଶାଳୀ ତାଲିକାରେ କ୍ରମାଗତ ତୃତୀୟ ବର୍ଷ ଲାଗି ଶୀର୍ଷରେ ରହିଛନ୍ତି ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍। ଏହି ତାଲିକାରେ ଆମେରିକାର ୪୦୦ ସବୁଠୁ ବିତ୍ତଶାଳୀ ଲୋକଙ୍କ ନାମ ରହିଛି। ଏ ବର୍ଷ ଏହି ୪୦୦ ଲୋକଙ୍କର ସାମଗ୍ରିକ ଧନରାଶୀ ୨୪୦ ଡଲାର୍ ବୃଦ୍ଧି ପାଇଛି। ସେମାନଙ୍କର ସମୁଦାୟ ଧନରାଶି ହେଉଛି ୩.୨ ଟ୍ରିଲିୟନ୍ ଡଲାର୍।
ରାଷ୍ଟ୍ରପତି ଟ୍ରମ୍ପ୍ ମଧ୍ୟ ‘ଫୋର୍ବସ’ ଆମେରିକୀୟ ବିତ୍ତଶାଳୀ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ତାଲିକାରେ ତାଙ୍କର ସ୍ଥାନ ହେଉଛି ୩୩୯ ଏବଂ ତାଙ୍କର ଧନରାଶି ହେଉଛି ୨.୫ ବିଲିୟନ୍ ଡଲାର୍।
Follow Us