୭ ଭାରତୀୟ ମତ୍ସ୍ୟଜୀବୀ ଶ୍ରୀଲଙ୍କା ନୌସେନା ଦ୍ବାରା ଗିରଫ

Advertisment
୭ ଭାରତୀୟ ମତ୍ସ୍ୟଜୀବୀ ଶ୍ରୀଲଙ୍କା ନୌସେନା ଦ୍ବାରା ଗିରଫ

Outlook India

ରାମେଶ୍ବରମ୍‌ : ବୁଧବାର ସନ୍ଧ୍ୟାରେ ସାତ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି। ଶ୍ରୀଲଙ୍କା ଜଳରାଶିରେ ମାଛ ଧରିବା ଅଭିଯୋଗରେ ସେମାନଙ୍କ ଡଙ୍ଗାକୁ ମଧ୍ୟ ଜବତ କରିଛି। ବୁଧବାର ସକାଳେ ୪୦୦ରୁ ଅଧିକ ଡଙ୍ଗା ରମେଶ୍ୱରମ ମତ୍ସ୍ୟଜୀବୀ ବନ୍ଦରରୁ ମାଛ ଧରିବା ପାଇଁ ଅନୁମତି ପାଇଥିଲେ। ଏହାପରେ ସେମାନେ ସମୁଦ୍ର ଭିତରକୁ ଯାଇଥିଲେ। ସନ୍ଧ୍ୟାରେ ସେମାନେ କାଚଚାଥିଭ୍ୟୁ ଏବଂ ନେଦୁନଥିଭୁ ସାମୁଦ୍ରିକ ସୀମା ମଧ୍ୟରେ ମାଛ ଧରୁଥିବାବେଳେ ସେହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଶ୍ରୀଲଙ୍କା ନୌସେନା ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ବାରଣ କରିବା ସହ ସେମାନଙ୍କ ମାଛ ଛଡ଼ାଇ ନେଇଥିଲେ। ଡଙ୍ଗା ମାଲିକ ମାଇକେଲ ରାଜଙ୍କ ସମେତ ସାତ ଜଣଙ୍କୁ ସେମାନେ ଗିରଫ କରିଥିଲେ। ତଦନ୍ତ ପାଇଁ ମତ୍ସ୍ୟଜୀବୀମାନଙ୍କୁ କରାଇନଗର ନୌସେନା କ୍ୟାମ୍ପକୁ ନିଆଯାଇଥିଲା। ସମସ୍ତ ମତ୍ସ୍ୟଜୀବୀଙ୍କୁ ଜିଲ୍ଲା କୋର୍ଟରେ ହାଜର କରାଯିବ ଏବଂ ଜାଫ୍‌ନା ଜେଲରେ ରଖାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe