ବାଂଲାଦେଶରେ ସ୍ଥଳଭାଗ ଛୁଇଁଲା ବାତ୍ୟା ସିତ୍ରାଙ୍ଗ: ୭ ମୃତ

Advertisment
ବାଂଲାଦେଶରେ ସ୍ଥଳଭାଗ ଛୁଇଁଲା ବାତ୍ୟା ସିତ୍ରାଙ୍ଗ: ୭ ମୃତ

ndtv

ଢାକା: ସାମୁଦ୍ରିକ ବାତ୍ୟା ସିତ୍ରାଙ୍ଗ ବାଂଲାଦେଶ ମଙ୍ଗଳବାର ଭୋରରେ ସ୍ଥଳଭାଗ ଛୁଇଁଛି। ତେବେ ବାତ୍ୟା ପ୍ରକୋପରେ ୭ଜଣଙ୍କ ଜୀବନ ଯାଇଛି ବୋଲି ସୂଚନା ରହିଛି।  ପର୍ବରୁ ବାଂଲାଦେଶ ସରକାର ଅନେକ ଲୋକଙ୍କୁ ବିପଦପୂର୍ଣ୍ଣ ସ୍ଥାନରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି।  ବାତ୍ୟାର ପ୍ରକୋପ ସେଭଳି ଉଗ୍ର ନଥିଲେ ବି ବିଭିନ୍ନ ସ୍ଥାନରେ ପବନର ମାତ୍ରା ଅଧିକ ଯୋଗୁ ଗଛ ଉପୁଡି ପଡିଛି। ଏଥିସହିତ ଅନେକ କଚ୍ଚା ଘର ଭାଙ୍ଗିଯାଇଛି। ଏଥି ସହିତ ପ୍ରବଳ ବର୍ଷା ଲାଗି ରହିଛି।

ତେବେ ସେଠାକାର ଅଗ୍ନିଶମ ବିଭାଗ ଓ ପ୍ରତିରକ୍ଷା ବିଭାଗ ପକ୍ଷରୁ ଅନେକ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବାଂଲାଦେଶର କକ୍ସ ବଜାର ଉପକୂଳ ଦେଇ ବାତ୍ୟା ସିତ୍ରାଙ୍ଗ ଯିବ ବୋଲି ଜଣାପଡିବା ପରେ ପ୍ରାୟ ୨୮ହଜାର ୧୫୫ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏଥି ସହିତ ୨୭୩୬ ଗୋରୁ ଗାଈଙ୍କୁ ବି ନିରାପଦ ସ୍ଥାନକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe