ଶୁଖିଲା ନଦୀରେ ଚାଲିଥିଲା ପୋଲ ନିର୍ମାଣ କାର୍ଯ୍ୟ, ହଠାତ୍‌ ବନ୍ୟା ଆସିବା ହେତୁ ଫସି ଯାଇଥିଲେ ୭ଜଣ ଶମ୍ରିକ

Advertisment
ଶୁଖିଲା ନଦୀରେ ଚାଲିଥିଲା ପୋଲ ନିର୍ମାଣ କାର୍ଯ୍ୟ, ହଠାତ୍‌ ବନ୍ୟା ଆସିବା ହେତୁ ଫସି ଯାଇଥିଲେ ୭ଜଣ ଶମ୍ରିକ

ବୁରହାନପୁର: ମଧ୍ୟପ୍ରଦେଶର ବୁରହାନପୁରରେ ଆକସ୍ମିକ ଭାବେ ଶୁଖିଲା ନଦୀରେ ବନ୍ୟା ଆସିବା ହେତୁ ୭ଜଣ ଶ୍ରମିକଙ୍କ ଜୀବନ ବିପଦରେ ପଡ଼ି ଯାଇଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ବୁରହାନପୁରର ଏକ ଗ୍ରାମ ନିକଟରେ ଶୁଖିଲା ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିଲା। ରବିବାର ମାଲଓ୍ଵା-ନିମାଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହି କାରଣରୁ ବୁରହାନପୁରସ୍ଥିତ ଶୁଖିଲା ନଦୀରେ ଆକସ୍ମିକ ବନ୍ୟା ଆସି ଯାଇଥିଲା। ଯାହାଫଳରେ ନଦୀ ମଝିରେ ପୋଲ ନିର୍ମାଣ କାର୍ଯ୍ୟରେ ଲାଗିଥିବା ୭ଜଣ ଶ୍ରମିକ ଏହି ବନ୍ୟାରେ ଫସି ଯାଇଥିଲେ। ଶ୍ରମିକ ଏକ ଲୁହାର ନିର୍ମିତ ଗ୍ରିଲ୍‌ ଉପରେ ଚଢ଼ି ନିଜ ଜୀବନ ବଞ୍ଚାଇ ଥିଲେ।

ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ତତ୍କାଳ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପୁଲିସ ଓ ପ୍ରଶାସନ ବନ୍ୟାରେ ଫସି ଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲଲେ। ଏବେ ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି। ବୁରହାନପୁରରେ ପ୍ରବଳ ବର୍ଷା ହେତୁ ଅନେକ ସ୍ଥାନରେ ଲୋକମାନଙ୍କୁ ଗ୍ରାମ ଖାଲି କରିବା ପାଇଁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe