୭ କୋଟିର ନକଲି ବିଲ୍‌ କରି ୪ ନୌସେନା ଅଧିକାରୀ ଗିରଫ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ନୂଆଦିଲ୍ଲୀ: ଭାରତର ପଶ୍ଚିମ ନୌସେନା କମାଣ୍ଡ୍‌କୁ ସୂଚନାପ୍ରଯୁକ୍ତି ହାର୍ଡୱେର୍ ଯୋଗାଇଦେବା ଲାଗି ୬.୭୬ କୋଟିର ନକଲି ବିଲ୍‌ କରିଥିବା ୪ ଜଣ ନୌସେନା ଅଧିକାରୀ ଓ ଅନ୍ୟ ୧୪ ଜଣଙ୍କୁ ସିବିଆଇ ଗିରଫ କରିଛି। ଗିରଫ ଅଧିକାରୀମାନେ ହେଲେ କ୍ୟାପ୍‌ଟେନ୍‌ ଅତୁଲ କୁଲକର୍ଣ୍ଣି, କମାଣ୍ଡର ମନ୍ଦର ଗୋଡ଼ବୋଲେ, ଆର୍‌ ପି ଶର୍ମା ଓ ପେଟି ଅଫିସର କୂଲଦୀପ ସିଂହ ବଘେଲ। ନିଜ ପଦବିର ଅପବ୍ୟବହାର କରି ଏହି ଦୁର୍ନୀତିଖୋର ନୌସେନା ଅଧିକାରୀମାନେ ୨୦୧୬ ଜାନୁଆରିରୁ ମାର୍ଚ୍ଚ ଭିତରେ ୭ଟି ନକଲି ବିଲ୍‌ରେ ଏହି ଟଙ୍କା ହଡ଼ପ କରିନେଇଥିବା ଜଣାଯାଇଛି। ଘଟଣାର ଖୋଳତାଡ଼ ଜାରି ରହିଥିବା ବେଳେ ଏହି ମାମଲାରେ କଣ୍ଟ୍ରୋଲର ଅଫ୍‌ ଡିଫେନ୍ସ ଆକାଉଣ୍ଟ୍‌ସ କାର୍ଯ୍ୟାଳୟର ୪ ଜଣ ଅଧିକାରୀଙ୍କ ସମେତ ବେସରକାରୀ କମ୍ପାନି ଷ୍ଟାର ନେଟଵର୍କ, ଏସିଏମ୍‌ଇ ନେଟଵର୍କ, ସାଇବରସ୍ପେସ୍‌ ଇନ୍‌ଫୋଭିଜନ୍‌ ଓ ମୋକ୍ଷ ଇନ୍‌ଫୋସିଜ୍‌ର କିଛି କର୍ମଚାରୀଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe