ଗୁଜରାଟ ଝୁଲାପୋଲ ଦୁର୍ଘଟଣା: ୪୭ଜଣ ଶିଶୁଙ୍କ ମୃତ୍ୟୁ, ଗୋଟିଏ ପରିବାରର ୭ଜଣଙ୍କ ଯାଇଛି ଜୀବନ

Advertisment

ଦୁର୍ଘଟଣା ପାଇଁ ୯ଜଣ ଗିରଫ

ଦୁର୍ଘଟଣା ପାଇଁ ୯ଜଣ ଗିରଫ

ଗୁଜରାଟ ଝୁଲାପୋଲ ଦୁର୍ଘଟଣା: ୪୭ଜଣ ଶିଶୁଙ୍କ ମୃତ୍ୟୁ, ଗୋଟିଏ ପରିବାରର ୭ଜଣଙ୍କ ଯାଇଛି ଜୀବନ

ndtv

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ମୋର୍‌ବୀରେ ପ୍ରବାହିତ ମଚ୍ଛୂନଦୀ‌ ଉପରେ ଲାଗିଥିବା ଝୁଲାପୋଲ ଛିଡ଼ି ପଡ଼ିବା ପରେ ଏପର୍ଯ୍ୟନ୍ତ ୧୪୧ଜଣଙ୍କର ମୃତ୍ୟୁ ହୋଇସାରିଛି। ଦୁର୍ଘଟଣା ଘଟିବା ପରଠାରୁ କ୍ରମାଗତଭାବେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ପ୍ରାୟ ୫୦୦ଲୋକ ଦୁର୍ଘଟଣା ଘଟିବା ସମୟରେ ପୋଲ ଉପରେ ଥିଲେ ବୋଲି ଜଣାପଡ଼ିଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ ୪୭ଜଣ ଶିଶୁ ଥିବା କୁହାଯାଉଛି। ଏହା ସହ ଗୋଟିଏ ପରିବାରର ୭ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡ଼ିଛି।

କୁହାଯାଉଛି ଯେ ଜାଦେଜା ପରିବାରର ୭ଜଣ ସଦସ୍ୟ ରବିବାର ଦିନ ମୋର୍ବିର ଏକ ମନ୍ଦିରରୁ ଫେରୁଥିଲେ। ଝୁଲାପୋଲ ଉପରେ ବୁଲିବା ପାଇଁ ପିଲାମାନେ କହିବାରୁ ଜାଦେଜା ପରିବାର ଝୁଲା ପୋଲ ଉପରକୁ ଯାଇନଥିଲେ। ହେଲେ ସେମାନଙ୍କୁ ଜଣାନଥି‌ଲା ଯେ, ଏହି ନିଷ୍ପତ୍ତି ତାଙ୍କ ଜୀବନ ନେଇଯିବ। ତେବେ ଏହି ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିବା ବେଳେ ଗୁଜରାଟ ପୁଲିସ ୯ଜଣଙ୍କୁ ଗିରଫ କରିସାରିଥିବା ନେଇ ଚର୍ଚ୍ଚା ହେଉଛି। ଗିରଫ ହୋଇଥିବା ୯ଜଣଙ୍କ ମଧ୍ୟରେ ପୋଲର ମରାମତି କରିଥିବା କମ୍ପାନି ଓରେଭାର ୨ଜଣ କର୍ମଚାରୀ ରହିଛନ୍ତି।

ପୁଲିସ୍ ସୂତ୍ର ଅନୁଯାୟୀ, ଓରେଭା ପୌର ପ୍ରଶାସନ ପକ୍ଷରୁ ଫିଟନେସ୍ ସାର୍ଟିଫିକେଟ୍ ନନେଇ ଧାର୍ଯ୍ୟ ସମୟ ପୂର୍ବରୁ ଝୁଲାପୋଲ ଖୋଲିଥିଲେ। ମାର୍ଚ୍ଚରେ ଐତିହାସିକ ଝୁଲାପୋଲର ମରାମତି କାର୍ଯ୍ୟ ପାଇଁ କମ୍ପାନିକୁ ଦାୟିତ୍ବ ଦିଆଯାଇଥିଲା। ୭ମାସ ପରେ, ଅକ୍ଟୋବର ୨୬ରେ ଗୁଜୁରାଟୀ ନୂତନ ବର୍ଷ ପାଳନ କରାଯିବା ସମୟରେ ଏହି ସେତୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ସେତୁକୁ ଅତି କମରେ ୮ରୁ ୧୨ମାସ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କମ୍ପାନି କରିଥିବା ଚୁକ୍ତିନାମାରେ କୁହାଯାଇଥିଲା। ହେଲେ ଚୁକ୍ତିନାମା ଅନୁଯାୟୀ କାମ ନକରି ଏହାକୁ ଧାର୍ଯ୍ୟ ସମୟ ପୂର୍ବରୁ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା। ବ୍ରିଜ ଉପରେ ୧୦୦-୧୫୦ ଲୋକ ଯିବାର କ୍ଷମତା ଥିବା ବେଳେ ଟିକେଟ କମ ଥିବାରୁ ୫୦୦ଲୋକ ବ୍ରିଜ ଉପରେ ଉପସ୍ଥିତ ଥିଲେ। ମରାମତି ଠିକ ଭାବରେ ହୋଇନଥିବାରୁ ଏବଂ ଆବଶ୍ୟକତାଠାରୁ ଅଧିକ ଲୋକ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏପର୍ଯ୍ୟନ୍ତ ୧୪୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ଜଣଙ୍କ ପତ୍ତା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe