ଲରେନ୍ସ ଗ୍ୟାଙ୍ଗର ୭ ସୁଟର ଗିରଫ

Advertisment

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ  ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍‌ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ଚଢ଼ଉ ଜାରି ରଖିଥିବା ବେଳେ ଆଜି ଏକ ବଡ଼ ସଫଳତା ମିଳିଛି।  ଲରେନ୍ସ  ଗ୍ୟାଙ୍ଗର ୭ ଜଣ ସୁଟରଙ୍କୁ ଆଜି ଗିରଫ କରାଯାଇଛି।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ  ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍‌ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ଚଢ଼ଉ ଜାରି ରଖିଥିବା ବେଳେ ଆଜି ଏକ ବଡ଼ ସଫଳତା ମିଳିଛି।  ଲରେନ୍ସ  ଗ୍ୟାଙ୍ଗର ୭ ଜଣ ସୁଟରଙ୍କୁ ଆଜି ଗିରଫ କରାଯାଇଛି।

ଜେଲ୍‌ ଭିତରୁ ଚାଲିଛି ଅପରେସନ୍: ସୁଧୁରୁନି ଦୁର୍ଦାନ୍ତ ଲରେନ୍ସ ବିଷ୍ଣୋଇ

ନୂଆଦିଲ୍ଲୀ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ  ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍‌ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ଚଢ଼ଉ ଜାରି ରଖିଥିବା ବେଳେ ଆଜି ଏକ ବଡ଼ ସଫଳତା ମିଳିଛି।  ଲରେନ୍ସ  ଗ୍ୟାଙ୍ଗର ୭ ଜଣ ସୁଟରଙ୍କୁ ଆଜି ଗିରଫ କରାଯାଇଛି। ପୁଲିସ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି। ଏହା ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଉପରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏନ୍‌ଆଇଏ ଲରେନ୍ସର ଭାଇ ଅନମୋଲ ବିଷ୍ଣୋଇକୁ ଧରାଇ ଦେବା ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ମଧ୍ୟ କରିଛି। ଅନମୋଲ ଗାୟକ-ରାଜନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତ ଏବଂ ତା’ ବିରୋଧରେ ୧୮ଟି ଅାପରାଧିକ ମାମଲା ରହିଛି। ୨୦୨୩ ମସିହାରେ ଏନ୍‌ଆଇଏ ଅନମୋଲ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ସେ ନକଲି ପାସପୋର୍ଟରେ ଭାରତରୁ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲା। ସେ  ଗତବର୍ଷ କେନିଆରେ ଏବଂ ଚଳିତ ବର୍ଷ କାନାଡାରେ ଥିବା ଜଣାପଡ଼ିଥିଲା। ଅନମୋଲ ଯୋଧପୁର ଜେଲରେ ମଧ୍ୟ କିଛି ମାସ ବନ୍ଦୀ ଥିଲା। ୨୦୨୧ ଅକ୍ଟୋବର ୭ ତାରିଖରେ ତାକୁ ଜାମିନରେ ମୁକ୍ତ କରାଯାଇଥିଲା।  ମୁମ୍ବାଇର ଏନ୍‌ସିପି ନେତା ବାବା ସିଦ୍ଦିକି ହତ୍ୟା ମାମଲାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଥିଲା ଯେ ସୁଟରମାନେ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ  ସହ ସିଧାସଳଖ ଯୋଗାଯୋଗରେ ଥିଲେ। ହତ୍ୟାକାଣ୍ଡ ପୂର୍ବରୁ ତିନି ଜଣ ସନ୍ଦିଗ୍ଧ ବନ୍ଧୁକଧାରୀ ଜେଲରେ ଥିବା  ଅନମୋଲ  ସହ ଏକ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ (ସ୍ନାପଚାଟ୍) ଜରିଆରେ କଥା ହୋଇଥିଲେ। ସୂଚନାଯୋଗ୍ୟ, ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ଦଶହରା ରାତିରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଗୁଳିକରି ହତ୍ୟା କରାଯାଇଥିଲା।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe