ପରୀକ୍ଷାଫଳ ପ୍ରକାଶ ପରେ ୭ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

Advertisment
ପରୀକ୍ଷାଫଳ ପ୍ରକାଶ ପରେ ୭ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟ ବୋର୍ଡ ପ୍ରଥମ ବର୍ଷ (ଏକାଦଶ ଶ୍ରେଣୀ) ଏବଂ ଦ୍ବିତୀୟ ବର୍ଷ (ଦ୍ୱାଦଶ ଶ୍ରେଣୀ) ପାଇଁ ଇଣ୍ଟର୍‌ମିଡିଏଟ୍ ପବ୍ଲିକ୍ ପରୀକ୍ଷା ୨୦୨୪ର ଫଳ ପ୍ରକାଶ କରିବାର କିଛି ଘଣ୍ଟା ପରେ ଦୁଇ ଛାତ୍ରୀଙ୍କ ସମେତ ୭ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ବୁଧବାର ଫଳ ପ୍ରକାଶ ପାଇବା ପରେ ଗତ ୪୮ ଘଣ୍ଟା ମଧ୍ୟରେ ଏହି ମୃତ୍ୟୁ ଘଟିଥିବା ପୁଲିସ କହିଛି। ମେହବୁବାବାଦ ଆରକ୍ଷୀ ଅଧୀକ୍ଷକ କହିଛନ୍ତି ଯେ ଆତ୍ମହତ୍ୟା କରିଥିବା ଦୁଇ ଛାତ୍ରୀ ପରୀକ୍ଷାରେ ଫେଲ୍ ହୋଇଛନ୍ତି। ହାଇଦ୍ରାବାଦ ଉପକଣ୍ଠ ରାଜେନ୍ଦ୍ରନଗର, ଖମ୍ମାମ, ମେହବୁବାବାଦ ଓ କୋଲୁରରୁ ଏହି ମାମଲା ସାମ୍ନାକୁ ଆସିଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରଥମ ଘଟଣା ମଞ୍ଚେରିଆଲ ଜିଲ୍ଲାରେ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ୧୬ ବର୍ଷୀୟ ଛାତ୍ର ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଛାତ୍ରଜଣକ ୪ଟି ବିଷୟରେ ଫେଲ୍ ହୋଇଥିଲେ। ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ବୟସ ୧୬ କିମ୍ବା ୧୭ ବର୍ଷ। କେହି ଫାଶୀ ଲଗାଇ, କେହି କୂଅକୁ ଡେଇଁ ବା ପୋଖରୀରେ ବୁଡ଼ି ଆତ୍ମହତ୍ୟା କରିଥିବା ପୁଲିସ କହିଛି। ଚଳିତ ବର୍ଷ ଆରମ୍ଭରେ ଅନୁଷ୍ଠିତ ଇଣ୍ଟର୍‌ମିଡିଏଟ୍ ପରୀକ୍ଷାରେ ୯.୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରଥମ ବର୍ଷ (ଏକାଦଶ ଶ୍ରେଣୀ)ରେ ପ୍ରାୟ ୬୧.୦୬% ଛାତ୍ରଛାତ୍ରୀ (୨.୮୭ ଲକ୍ଷ) ପାସ୍ କରିଥିଲେ। ଦ୍ବିତୀୟ ବର୍ଷରେ ପାସ୍ ହାର ୬୯.୪୬% (୩.୨୨ ଲକ୍ଷ) ରହିଥିଲା। ୨୦୧୯ରେ ଇଣ୍ଟର୍‌ମିଡିଏଟ୍ ରେଜଲ୍ଟ ପ୍ରକାଶ ପାଇବା ପରେ ତେଲେଙ୍ଗାନାରେ ୨୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe