ବାମ ଆଖିର ଅସ୍ତ୍ରୋପଚାର ହେବାର ଥିଲା, ଭୁଲରେ ଡାହାଣ ଆଖିର କରିଦେଲେ ଡାକ୍ତର

ବାମ ଆଖିରେ ସମସ୍ୟା ଥିବାରୁ ଅସ୍ତ୍ରୋପଚାର କରିବାକୁ କହିଥିଲେ ଡାକ୍ତର। ଡାକ୍ତରଖାନା ଯିବା ପରେ ଭୁଲରେ ଡାହାଣ ଆଖିର ଅସ୍ତ୍ରୋପଚାର କରିଦେଲେ ଡାକ୍ତର। ଗ୍ରେଟର ନୋଏଡାରେ ଘଟିଛି ଏହି ଘଟଣା।

eye

ଗ୍ରେଟର ନୋଏଡା: ବାମ ଆଖିରେ ସମସ୍ୟା ଥିବାରୁ ଅସ୍ତ୍ରୋପଚାର କରିବାର ଥିଲା। ଡାକ୍ତରଖାନା ଯିବା ପରେ ଭୁଲରେ ଡାହାଣ ଆଖିର ଅସ୍ତ୍ରୋପଚାର କରିଦେଲେ ଡାକ୍ତର। ନଭେମ୍ବର ୧୨ରେ ଗ୍ରେଟର ନୋଏଡାର ସେକ୍ଟର ଗାମା ୧ରେ ଥିବା ଆନନ୍ଦ ସ୍ପେକ୍ଟ୍ରମ୍ ହସ୍ପିଟାଲରେ ଏହି ଘଟଣା ଘଟିଥିବା କୁହାଯାଉଛି।​ ଏଭଳି ଦାୟିତ୍ୱହୀନ କାମ ଦେଖି ଏବେ ପୀଡ଼ିତ ଶିଶୁ ଯୁଧିଷ୍ଟିର ଭାଟିଙ୍କ ପରିବାର ପୁଲିସରେ ଅଭିଯୋଗ କରିଛନ୍ତି।

ଯୁଧିଷ୍ଟିରଙ୍କ ବାପା ନିତିନ ଭାଟିଙ୍କ କହିବାନୁସାରେ, ଯୁଧିଷ୍ଟିରଙ୍କ ବାମ ଆଖିରେ ବାରମ୍ବାର ପାଣି ଆସୁଥିବାରୁ ସେମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ପରୀକ୍ଷା ପରେ ଡାକ୍ତର ଆନନ୍ଦ ବର୍ମା ସେମାନଙ୍କୁ କହିଥିଲେ ଯେ, ତାଙ୍କ ଆଖିରେ ପ୍ଲାଷ୍ଟିକ ପରି ବସ୍ତୁ ରହିଛି, ଯାହା ଅପରେସନ୍ ଦ୍ୱାରା ଠିକ୍ ହୋଇପାରିବ। ଅପରେସନ୍ ପାଇଁ ୪୫ହଜାର ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ପରେ ମଙ୍ଗଳବାର ଅପରେସନ୍ ହୋଇଥିଲା। ସବୁ ସରିବା ପରେ ଯୁଧିଷ୍ଟିର ଘରକୁ ଫେରିଥିଲେ। ଏହି ସମୟରେ ତାଙ୍କ ମା’ ଭୁଲ ଆଖିର ଅପରେସନ୍ ହୋଇଥିବା ଜାଣିପାରିଥିଲେ। ଏନେଇ ସେ ନିତିନଙ୍କୁ ଜଣାଇବା ପରେ ଦୁହେଁ ଡାକ୍ତରଙ୍କ ପାଖକୁ ଯାଇ ଏହାର ବିରୋଧ କରିଥିଲେ। ଡାକ୍ତର ଦୁହିଁଙ୍କୁ ଅସମ୍ମାନିତ କରିବା ପ‌ରେ ସେମାନେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅଭିଯୋଗ କରି ଏବେ ପୁଲିସରେ ଏତଲା ଲେଖାଇଛନ୍ତି। ହସ୍ପିଟାଲ ବନ୍ଦ କରାଯିବା ସହ ଡାକ୍ତରଙ୍କ ଲାଇସେନ୍ସ ରଦ୍ଦ ହେବା ଜରୁରୀ ବୋଲି ଦାବି କରିଛନ୍ତି ଯୁଧିଷ୍ଟିରଙ୍କ ପରିବାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe