୭ ବର୍ଷ ପୁଅକୁ ଖାଇଲା କଲରାପତ୍ରିଆ ବାଘ; ରାଗରେ ୮ ହେକ୍ଟର୍‌ ବଣ ପୋଡ଼ି ଦେଲେ ଗାଁ ଲୋକେ

Advertisment
୭ ବର୍ଷ ପୁଅକୁ ଖାଇଲା କଲରାପତ୍ରିଆ ବାଘ; ରାଗରେ ୮ ହେକ୍ଟର୍‌ ବଣ ପୋଡ଼ି ଦେଲେ ଗାଁ ଲୋକେ

ଡେରାଡୁନ୍‌: ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ ଜଣେ ୭ ବର୍ଷିୟ ବାଳକକୁ କଲରାପତ୍ରିଆ ବାଘ ମାରି ପକାଇବା ଯୋଗୁଁ ଉତ୍ତ୍ୟକ୍ତ ଗାଁ ଲୋକ ୮ ହେକ୍ଟର୍‌ ଜଙ୍ଗଲ ପୋଡ଼ି ପାଉଁଶ କରି ପକାଇଥିବା କଥା ପୁଲିସ କହିଛି।

ଘଟଣାଟି ଘଟିଛି ସୋମବାର ସନ୍ଧ୍ୟାରେ। ହରିନାଗରି ଗାଁ’ର ସେ ବାଳକଟି ପରିସ୍ରା ବସିବାକୁ ପଦାକୁ ଯାଇଥିଲା। ତା’ର ମାଆ ଥିଲା ରୋଷେଇ ଘରେ। ଏତିକିବେଳେ ବଣରୁ କଲରାପତ୍ରିଆଟାଏ ତାକୁ ଘୋଷାରି ନେଇ ପାଖ ବଣକୁ ପଳାଇଗଲା। ତହିଁ ଆର ଦିନ ଗାଁ ଠାରୁ ୨୫୦ ମିଟର୍‌ ଦୂରରେ ତା’ର ଦରଖିଆ ଶବ ମିଳିଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ୪୦୦୦ ରୁ ୫୦୦୦ ସରିକି ଗ୍ରାମବାସୀ ପ୍ରାୟ ୮ ହେକ୍ଟର୍‌ ପରିମିତ ବନ ପଞ୍ଚାୟତ ଅଞ୍ଚଳରେ ନିଅାଁ ଲଗାଇ ଦେଇଥିଲେ।

ଉତ୍ତ୍ୟକ୍ତ ଗ୍ରାମବାସୀ ଘଟଣାସ୍ଥଳକୁ କାହାରିକୁ ନ ଛାଡ଼ିବାରୁ ନିଅାଁ ଲିଭାଯାଇ ପାରିଲା ନାହିଁ।

ଏ ବର୍ଷ ମାର୍ଚ ମାସରେ ସେଇ କଲରାପତ୍ରିଆ ଜଣେ ୪ ବର୍ଷିୟ ବାଳକକୁ ମାରିଥିବା କଥା ଗ୍ରାମବାସୀ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe