SakshiPost
ନୂଆଦିଲ୍ଲୀ: ନିକଟରେ ସି-ଭୋଟର ଦ୍ବାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ୭୦.୫ ପ୍ରତିଶତ ଭାରତୀୟ ବିଜେପି-ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ। ୨୭.୬ ପ୍ରତିଶତ ଭିନ୍ନ ମତ ଦେଇଥିବା ବେଳେ ୨.୩୬ ପ୍ରତିଶତ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ସି-ଭୋଟର ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ଗତବର୍ଷ ମଧ୍ୟ ସିଭୋଟର ପକ୍ଷରୁ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସର୍ଭେ କରାଯାଇଥିଲା।
ସେଥିରେ ୬୮.୮୫ ପ୍ରତିଶତ ଲୋକ ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ବୋଲି ମତ ଦେଇଥିବା ବେଳେ ୨୮.୨୫ ପ୍ରତିଶତ ଭିନ୍ନ ମତ ଦେଇଥିଲେ। ୨୦୨୧ରେ ୫୯.୨ ପ୍ରତିଶତ ଲୋକ ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ବୋଲି କହିଥିଲେ। ୨୦୨୦ର ୮୦.୭୩ ପ୍ରତିଶତରୁ ଏହା ଯଥେଷ୍ଟ କମ୍ ଥିଲା। ସେହିପରି ୨୦୧୯ରେ ୭୪.୭୨ ପ୍ରତିଶତ ବ୍ୟକ୍ତି ମୋଦୀ ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ବୋଲି ମତ ଦେଇଥିଲେ।
Follow Us