ଝଡ଼ବତାସ ଯୋଗୁଁ ଭାଙ୍ଗି ପଡ଼ିଥିବା ୧୧୦ ଫୁଟ୍‌ ଉଚ୍ଚ ଦେବୀ ପ୍ରତିମାକୁ ୭୦ ଫୁଟ୍‌ କରି ପୁଣି ଠିଆ କରାଇଲେ କାରିଗର

Advertisment
ଝଡ଼ବତାସ ଯୋଗୁଁ ଭାଙ୍ଗି ପଡ଼ିଥିବା ୧୧୦ ଫୁଟ୍‌ ଉଚ୍ଚ ଦେବୀ ପ୍ରତିମାକୁ ୭୦ ଫୁଟ୍‌ କରି ପୁଣି ଠିଆ କରାଇଲେ କାରିଗର

Photo Courtesy of TOI

ଗୌହାଟି: ବୁଧବାର ଦିନ ଦୀର୍ଘ ୭୨ ଘଣ୍ଟାର ଝଡ଼ବତାସ ବାଉଁଶ ନିର୍ମିତ ୧୧୦ ଫୁଟ୍‌ ଉଚ୍ଚ ଦୁର୍ଗା ପ୍ରତିମାକୁ ଭାଙ୍ଗି ଦେବାରୁ ବାସିନ୍ଦା ଓ କାରିଗରମାନେ ପୁଣି ସେ ପ୍ରତିମାକୁ ଖଡ଼ମାରେ ଛିଡ଼ା କରାଇଛନ୍ତି। କିନ୍ତୁ, ସେ ପ୍ରତିମା ନିଜର ଉତ୍ତୁଙ୍ଗ ଉଚ୍ଚତା ହରାଇ ୭୦ ଫୁଟ୍‌କୁ ଖସି ଆସିଛି।

ପୂଜା ଘନେଇ ଆସୁଥିବାରୁ ଆୟୋଜକମାନଙ୍କୁ ସମସ୍ତେ ସହାୟତାର ହାତ ବଢ଼ାଇଛନ୍ତି। ଏତେ ସ୍ୱଳ୍ପ ସମୟ ମଧ୍ୟରେ ଅସମ୍ଭବ କାମକୁ ସମ୍ଭବ କରାଇବା ଅର୍ଥାତ୍‌ ପ୍ରତିମାକୁ ପୁଣି ଖଡ଼ମାରେ ଅବସ୍ଥାପିତ କରାଇବାକୁ ମୁଖ୍ୟ କାରିଗର ନୁରୁଦ୍ଦିନ୍‌ ଅହମଦ୍‌ ଆଖପାଖରୁ ୧୦୦ କୁଡ଼ୋଙ୍କୁ ଆଣିଥିଲେ।

ଉଭୟ କୁଶଳ ଏବଂ ସାଧାରଣ ଶ୍ରମିକଙ୍କ ସମେତ ୭୦ ଜଣ ଲୋକ ଲାଗିପାତି ନିର୍ଦ୍ଧାରିତ ସମୟରେ କାର୍ଯ୍ୟଟିକୁ ଶେଷ କରିଥିଲେ। ବିଜୁଳି, ମୋକୋଲ ଏବଂ ଅନ୍ୟାନ୍ୟ ଜାତିର ପ୍ରାୟ ୬୦୦୦ ଖଣ୍ଡ ବାଉଁଶରେ ଏହି ପ୍ରତିମାଟି ନିର୍ମାଣ କରାଯାଇଛି।

ପ୍ରତିମାଟିକୁ ୧୧୦ ଫୁଟ୍‌ ଉଚ୍ଚ କରୁଥିବାରୁ ପୂର୍ବରୁ ସେମାନେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ୍‌ ରେକର୍ଡ କର୍ମକର୍ତ୍ତାଙ୍କ ସହ କଥାବାର୍ତ୍ତା କରିଥିଲେ। କିନ୍ତୁ, ପ୍ରକୃତି ଦାଉ ସାଧିବାରୁ ସେମାନେ ପୁଣି ଥରେ ପ୍ରତିମା ଠିଆ କରାଇ ଗିନିଜ୍‌ ବୁକ୍‌ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe