କରୋନା ବେଳେ ଦାଉ ସାଧୁଛି ପ୍ରାକୃତିକ ବିପର୍ଯ୍ୟୟ, ଆସାମ୍‌ରେ ବନ୍ୟା ଯୋଗୁଁ ୭୦ ଲକ୍ଷ ପ୍ରଭାବିତ

Advertisment
କରୋନା ବେଳେ ଦାଉ ସାଧୁଛି ପ୍ରାକୃତିକ ବିପର୍ଯ୍ୟୟ, ଆସାମ୍‌ରେ ବନ୍ୟା ଯୋଗୁଁ ୭୦ ଲକ୍ଷ ପ୍ରଭାବିତ

ବିହାରରେ ବଜ୍ରପାତରେ ୧୬ ଜୀବନ ଗଲା, ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ୩ ମୃତ , ୧୧ ନିଖୋଜ
ଗୌହାଟୀ, ପାଟନା, ଡେରାଡୁନ୍‌: କରୋନା ମହାମାରୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଦେଶରେ ଅନେକ ଜୀବନ ହାନୀ ହେଉଛି। ଆସାମ୍‌ରେ ବନ୍ୟା ଯୋଗୁଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ଜନିତ କାରଣ ପାଇଁ ପୁଣି ୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ବନ୍ୟା‌ଜନିତ ମୃତ୍ୟୁସଂଖ୍ୟା ୮୫କୁ ବୃଦ୍ଧି ପାଇଥିବାବେଳେ ଭୂସ୍ଖଳନ ଯୋଗୁଁ ମଧ୍ୟ ପ୍ରାୟ ୩୫ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ୭୦ ଲକ୍ଷରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ କହିଛନ୍ତି, ଗୋଟିଏ ପ‌ଟେ ଲୋକମାନେ କରୋନା ମହାମାରୀ ଭଳି ସମସ୍ୟା ସାମ୍ନା କରୁଛନ୍ତି ଅନ୍ୟପକ୍ଷେ ବନ୍ୟା ବିପର୍ଯ୍ୟୟ ସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ତଥାପି ଲୋକମାନେ ଏହି ଲଢ଼େଇ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ନିଖୋଜ ହୋଇ ଯାଇଛନ୍ତି। ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଲା ଅଧୀନସ୍ଥ ଦୁଇଟି ଗ୍ରାମରେ ବର୍ଷାଜଳ ଅତି ଭୟଙ୍କର ସ୍ଥିତି ଉପୁଜାଇଥିଲା। ବିହାରରେ ମଧ୍ୟ ବଜ୍ରପାତ ଯୋଗୁଁ ପୁଣି ୧୬ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତ ଯୋଗୁଁ ଗତ ୩ ସପ୍ତାହ ମଧ୍ୟରେ ୧୬୦ରୁ ଅଧିକଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ଗତ ଜୁନ୍‌ ୨୫ ତାରିଖରେ ୨୩ ଟି ଜିଲ୍ଲାରେ ୮୩ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିଲା। ଗତକାଲି ଦିଲ୍ଲୀରେ ୨ ଘଣ୍ଟାର ଲଗାଣ ବର୍ଷାରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe