India TV
ନୂଆଦିଲ୍ଲୀ: କରୋନାର ପ୍ରକୋପ ଦେଶରେ ପୁଣି ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ରେକର୍ଡ ପ୍ରାୟ ୭୦ ହଜାର (୬୯,୬୫୨ ଜଣ) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮,୩୬,୯୨୫ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୯୭୭ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଆଜିସୁଦ୍ଧା କରୋନାଜନିତ ମୃତ୍ୟୁସଂଖ୍ୟା ଦେଶରେ ୫୩,୮୬୬ ଛୁଇଁଛି।
ଦେଶରେ ମୋଟ ୨୮ ଲକ୍ଷ ୩୬ ହଜାର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଲକ୍ଷ ୯୬ ହଜାର ୬୬୪ ଜଣ ଆରୋଗ୍ୟ ଲାଭ କରିସାରିଥିବାବେଳେ ଏବେ ୬,୮୬,୩୯୫ଟି ସକ୍ରିୟ ମାମଲା ରହିଛି। ଦେଶରେ ମୋଟ ସକ୍ରିୟ କରୋନା ରୋଗୀଙ୍କ ମଧ୍ୟରୁ ଭେଣ୍ଟିଲେଟରରେ ୦.୨୮ ପ୍ରତିଶତ ରୋଗୀ ଥିବାବେଳେ ଆଇସିୟୁରେ ୧.୯୨ ପ୍ରତିଶତ ରୋଗୀ ରହିଛନ୍ତି। ସେହିଭଳି ୨.୬୨ ପ୍ରତିଶତ ରୋଗୀଙ୍କୁ ଅକ୍ସିଜେନ୍ ଦିଆଯାଉଛି। ଅନ୍ୟପକ୍ଷରେ ଦେଶରେ କରୋନା ଆରୋଗ୍ୟ ହାର ୭୩.୯୧ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ କରୋନା ରୋଗ ଚିହ୍ନଟ ପାଇଁ ନମୁନା ପରୀକ୍ଷା ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୯ ଲକ୍ଷ ୧୮ ହଜାର ୪୭୦ ରହିଛି। ଦେଶରେ ସମୁଦାୟ କରୋନା ନମୁନା ପରୀକ୍ଷା ସଂଖ୍ୟା ୩.୨୬ କୋଟିରେ ପହଞ୍ଚିଥିବାବେଳେ ଜାତୀୟ ସ୍ତରରେ କରୋନା ପଜିଟିଭ ହାର ୮ ପ୍ରତିଶତ ତଳକୁ ଖସିଛି।
Follow Us