ସ୍ୱାଧୀନତାର ୭୦ ବର୍ଷ ପରେ ହେଲା ମୁମ୍ବାଇ ନିକଟବର୍ତ୍ତୀ ଏଲିଫାଣ୍ଟା ଗୁମ୍ଫାରେ ବିଜୁଳି ସଂଯୋଗ 

Advertisment
ସ୍ୱାଧୀନତାର ୭୦ ବର୍ଷ ପରେ ହେଲା ମୁମ୍ବାଇ ନିକଟବର୍ତ୍ତୀ ଏଲିଫାଣ୍ଟା ଗୁମ୍ଫାରେ ବିଜୁଳି ସଂଯୋଗ 

Image Courtesy of Zee News

ମୁମ୍ବାଇ: ଦେଶ ସ୍ୱାଧୀନ ହେବାର ପ୍ରାୟ ୭୦ ବର୍ଷ ପରେ ମୁମ୍ବାଇ ନିକଟବର୍ତ୍ତୀ ବିଶ୍ୱ ବିଖ୍ୟାତ ଏଲିଫାଣ୍ଟା ଗୁମ୍ଫା ଥିବା ଘରାପୁରି ଦ୍ୱୀପକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଆମ୍ଭ ହୋଇଛି।

ମୁମ୍ବାଇ ସମୁଦ୍ର କୂଳରୁ ୧୦ କିଲୋମିଟର ଦୂରରେ ଥିବା ଘରାପୁରି ଦ୍ୱୀପକୁ ୭. ୫ କିଲୋମିଟର ଲମ୍ବର ସମୁଦ୍ରତଳ କେବୁଲ୍‌ ଯୋଗେ ବିଜୁଳି ଶକ୍ତି ଯୋଗାଇ ଦିଆ ଯାଉଛି।

ଶକ୍ତିମନ୍ତ୍ରୀ ଚନ୍ଦ୍ରଶେଖର ବାଓ୍ଵାନକୁଲେ କହନ୍ତି: ଆଜି ଦିନଟି ଐତିହାସିକ। ପ୍ରଥମ ଥର ପାଇଁ ବିଜୁଳି ଯୋଗାଣ ପାଇଁ ଆରବ ସାଗରରେ ଏଭଳି ବଡ଼ କେବଲ୍‌ ତାର ବ୍ୟବହାର କରାଯାଇଛି।

ଏ ଭଳି ପଦକ୍ଷେପ ଯୋଗୁଁ ସେ ବିଶ୍ୱ ଐତିହ୍ୟସ୍ଥଳୀରେ ପର୍ଯ୍ୟଟନ ବୃଦ୍ଧି ପାଇବ। ଏବେ ସେଠାକୁ ଅଧିକ ଲୋକ ଯିବେ। ରାଜ ବନ୍ଦର, ମୋରା ବନ୍ଦର ଏବଂ ଶେତ ବନ୍ଦର ଆଦି ତିନୋଟି ଗାଁ ମଧ୍ୟ ଏହାଦ୍ୱାରା ଉପକୃତ ହେବେ।

ତିନି ଦଶନ୍ଦି ହେବ ଏଲିଫାଣ୍ଟା ଗୁମ୍ଫା ଏବଂ ତାକୁ ବେଢ଼ି ରହିଥିବା ତିନୋଟି ଗାଁରେ ବିଜୁଳି ଶକ୍ତି ପାଇବାକୁ ଜେନେରେଟର୍‌ ବ୍ୟବହାର କରାଯାଉଥିଲା। ଏହି ଦ୍ୱୀପରେ ୯୫୦ ଜଣ ଲୋକ ବସବାସ କରନ୍ତି।

ଏଥିପାଇଁ ୨୦୧୫ରେ କାର୍ଯ୍ୟ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe