୭୦ ବର୍ଷୀୟା ମହିଳାଙ୍କୁ ଆଜୀବନ ଜେଲ୍‌ଦଣ୍ଡ

୭୦ ବର୍ଷୀୟା ମହିଳାଙ୍କୁ ଆଜୀବନ ଜେଲ୍‌ଦଣ୍ଡ

www.timesnownews.com

ମିରଟ : ଝିଅର ଦୁଷ୍କର୍ମ ଉଦ୍ୟମକାରୀକୁ ହତ୍ୟା କରିଥିବା ଜଣେ ୭୦ ବର୍ଷୀୟା ବିଧବା ମାଆକୁ ୧୧ ବର୍ଷ ପରେ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଦଶହରା ପୂର୍ବଦିନ ଅକ୍ଟୋବର ୧୪ରେ ଏପରି ରାୟ ଶୁଣାଇଛନ୍ତି ବୁଲନ୍ଦଶରର ଅତିରିକ୍ତ ଦୌରା ଜଜ୍ ରାଜେଶ୍ବର ଶୁକ୍ଳା।

ଜଷ୍ଟିସ୍ ଶୁକ୍ଳା କହିଛନ୍ତି ଯେ ଦୁଷ୍କର୍ମ ଉଦ୍ୟମକୁ ପଣ୍ଡ କରିବା ପାଇଁ ମହିଳାଙ୍କୁ କୁରାଢ଼ିରେ ଏକାଧିକ ଚୋଟ ମାରିବାର ଆବଶ୍ୟକତା ନ ଥିଲା। ଗୋଟିଏ ଚୋଟ ଯଥେଷ୍ଟ ହୋଇଥାନ୍ତା। ଏହା ଏକ ପ୍ରକାର ‘ଅନର କିଲିଂ’ ଏବଂ ଯୋଜନାବଦ୍ଧ ହତ୍ୟା। ଶନିବାର ପ୍ରକାଶ ପାଇଥିବା କୋର୍ଟ ରାୟ ଅନୁସାରେ କସ୍ତୂରୀ ଦେବୀ ୨୦ ବର୍ଷୀୟ ପ୍ରବୀଣ କୁମାରଙ୍କୁ ୨୦୧୦ ଜୁଲାଇ ୩୧ ତାରିଖରେ କୁରାଢ଼ିରେ ଏକାଧିକ ଚୋଟ ମାରି ହତ୍ୟା କରିଥିଲେ। ମହିଳାଙ୍କ ବୟସ ସେତେବେଳେ ୫୯ ବର୍ଷ ଥିଲା। ହତ୍ୟା ପରେ ସେ ବୁଲନ୍ଦଶର ଥାନାରେ ଆତ୍ମସମର୍ପଣ କରି ଦୋଷ ସ୍ବୀକାର କରିଥିଲେ। ରାତି ଅଧରେ ଯୁବକ ଜଣକ ତାଙ୍କ ଘରେ ପଶି ତାଙ୍କ ୨୦ ବର୍ଷୀୟ ଝିଅକୁ ମାଡ଼ିବସି ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ମହିଳା ଜଣକ ତାଙ୍କୁ ହତ୍ୟା କରିଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe