ଜମ୍ମୁ ଓ କଶ୍ମୀରରେ ସାଧାରଣ ନାଗରିକ ହତ୍ୟା ପରେ ୭୦ଜଣ ଯୁବକଙ୍କ ସମେତ ୫୭୦ଜଣ ଅଟକ

Advertisment
ଆତଙ୍କବାଦୀଙ୍କୁ ଖୋଜିଖୋଜି ନିପାତ କରିବାକୁ ଜମ୍ମୁକଶ୍ମୀରରେ ଗଠନ ହେଲା ଏସଆଇଏ

Image Courtesy of Rediff

ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ସଂଖ୍ୟା ଲଘୁଙ୍କ ଉପରେ ଆକ୍ରମଣ କରାଯିବାରୁ ଅସାମାଜିକ ତତ୍ତ୍ୱଙ୍କ ଉପରେ ନିରାପତ୍ତା ବଳ ବ୍ୟାପକ ଚଢ଼ାଉ ଆରମ୍ଭ କରିଛି।

ସପ୍ତାହକ ମଧ୍ୟରେ କଶ୍ମୀର ଉପତ୍ୟକାରେ ୭ଜଣ ସାଧାରଣ ନାଗରିକ ନିହତ ହେବା ପରେ ଶ୍ରୀନଗରରେ ପ୍ରାୟ ୭୦ଜଣ ଯୁବକଙ୍କୁ ଅଟକ ରଖାଯାଇଛି। ଏହାକୁ ମିଶାଇ ସମଗ୍ର କଶ୍ମୀରରେ ସମୁଦାୟ ୫୭୦ଜଣଙ୍କୁ ଅଟକ ରଖାଯାଇଛି।

ସେମାନଙ୍କ ମଧ୍ୟରେ ଥିବା କେତେକ ଟେକାପଥର ଫିଙ୍ଗାଳି ଏବଂ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକ୍ତ ଲିପ୍ତ ରହୁଥିବା ବ୍ୟକ୍ତିବିଶେଷଙ୍କୁ ଜମ୍ମୁ ଓ କଶ୍ମୀର ପୁଲିସ ପଚରାଉଚରା କରୁଛି।

publive-image Image Courtesy of India Today

ଏହା ବ୍ୟତିରେକେ, ଆତଙ୍କବାଦୀମାନଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ସହଯୋଗ କରିବା ଲାଗି କେନ୍ଦ୍ର ସରକାର ମଧ୍ୟ ‘ଗୁଇନ୍ଦା ବ୍ୟୁରୋ’ ଶୀର୍ଷସ୍ତରୀୟ କର୍ମଚାରୀମାନଙ୍କୁ ଶ୍ରୀନଗର ପ୍ରେରଣ କରିଛନ୍ତି।

ସେହିପରି, ଆତଙ୍କବାଦୀ ସମ୍ବନ୍ଧୀୟ କାର୍ଯ୍ୟକଳାପ ବିରୋଧରେ ଚଳାଇଥିବା ଚଢ଼ାଉ ଅଭିଯାନର ଅଂଶବିଶେଷ ଭାବେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ମଧ୍ୟ ଜମ୍ମୁ ଓ କଶ୍ମୀରର ୧୪ଟି ସ୍ଥାନରେ ଚଢ଼ାଉ କରିଛି।

ଗତ ପାଞ୍ଚ ଦିନ ମଧ୍ୟରେ କଶ୍ମୀର ଉପତ୍ୟକାରେ ନିହତ ହୋଇଥିବା ୬ଜଣ ସାଧାରଣ ନାଗରିକଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର। ସେହିଭଳି, ପରିସଂଖ୍ୟାନ ଅଧିକାରୀମାନଙ୍କ କହିବା ଅନୁସାରେ, ୨୦୨୧ରେ ଏପର୍ଯ୍ୟନ୍ତ ନିହତ ହୋଇଥିବା ୨୮ଜଣ ସାଧାରଣ ନାଗରିକମାନଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ସ୍ଥାନୀୟ ହିନ୍ଦୁ କିଂବା ଶିଖ୍‌ ସମ୍ପ୍ରଦାୟର ଏବଂ ଅନ୍ୟ ୨ଜଣ ଅଣ-ଆଞ୍ଚଳିକ ଶ୍ରମିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe