Hindustan Times
ପ୍ୟାରିସ: କୋଭିଡ-୧୯ ସଂକ୍ରମଣର ଦ୍ବିତୀୟ ଲହର ୟୁରୋପ୍ରେ ଆତଙ୍କ ସୃଷ୍ଟି କରିଛି। ଏହି ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ସମଗ୍ର ଫ୍ରାନ୍ସରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଗତକାଲି ରାତିରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ଚାରି ସପ୍ତାହ ଯାଏ ବଳବତ୍ତର ରହିବ। ଦୀର୍ଘ ସମୟ ଧରି ଲକ୍ଡାଉନ୍ ହେବାକୁ ଥିବାରୁ ଲୋକେ ବ୍ୟତିବ୍ୟସ୍ତ ହୋଇ ନିଜନିଜ ଘରକୁ ଫେରିବାକୁ ଉଦ୍ୟମ କରିବାକୁ ଯୋଗୁଁ ପ୍ୟାରିସ୍ରେ ବଡ଼ ଧରଣର ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା। ଲକ୍ଡାଉନ ପାଇଁ କର୍ଫ୍ୟୁ ଜାରି ହେବା ପୂର୍ବରୁ ଲୋକେ ବ୍ୟାପକ କିଣାକିଣି ମଧ୍ୟ କରିଥିଲେ। ପ୍ୟାରିସ୍ ଏବଂ ଆଖପାଖ ରାସ୍ତାରେ ପାଖାପାଖି ୭୦୦ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ହୋଇଥିଲା। ଛୁଟି କଟାଇବାକୁ ଯାଇଥିବା ଅନେକ ପରିବାର ୪ ସପ୍ତାହ ପାଇଁ ହେବାକୁ ଥିବା ଲକ୍ଡାଉନ୍ ଘୋଷଣା ଶୁଣିବା ପରେ ସେମାନେ ଛୁଟି ବାତିଲ କରି ଘରମୁହାଁ ହୋଇଥିଲେ।
Follow Us