ସର୍ବସାଧାରଣରେ ଧୂମପାନ କରିବା କାରଣରୁ ୪ ଦିନ ମଧ୍ୟରେ ଦକ୍ଷିଣ ଦିଲ୍ଲୀରୁ ୭୦୦୦ ଗିରଫ

Advertisment
ସର୍ବସାଧାରଣରେ ଧୂମପାନ କରିବା କାରଣରୁ ୪ ଦିନ ମଧ୍ୟରେ ଦକ୍ଷିଣ ଦିଲ୍ଲୀରୁ ୭୦୦୦ ଗିରଫ

Image Courtesy of TOI

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ଧୂମପାନ କରିଥିବା କାରଣରୁ ଗତ ୪ ଦିନ ମଧ୍ୟରେ ଦିଲ୍ଲୀ ପୁଲିସ ଦକ୍ଷିଣ ଦିଲ୍ଲୀ ଅଞ୍ଚଳରୁ ୬, ୯୪୧ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

ସର୍ବାଧିକ ଧୂମପାନ ନିୟମ ଉଲ୍ଲଂଘନ ହେଉଥିବା ବଜାର, ମେଟ୍ରୋ ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ୍‌ ଭଳି ସ୍ଥାନରେ ପୁଲିସ ଟିମ୍‌ ଦୃଷ୍ଟି ରଖୁଛନ୍ତି। ଉଲ୍ଲଂଘନକାରୀଙ୍କ ମଧ୍ୟରେ ଅଛନ୍ତି ୩୦% ମହିଳା। ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ପୁଲିସ ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷେଧ ବିରୋଧୀ ଚଳାଇଛି।

ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ୯୫% ଚାଲାଣ କଟା ଯାଇଛି ଧୂମପାନକାରୀଙ୍କ ବିରୋଧରେ ବାକି ୫% ଚାଲାଣ କଟାଯାଇଛି ଶିକ୍ଷାନୁଷ୍ଠାନଗୁଡ଼ିକ ନିକଟରେ ତମାଖୁ ବିକ୍ରୟ କରୁଥିବା ଦୋକାନୀମାନଙ୍କ ବିରୋଧରେ। ଡିସିପି ଚିନ୍ମୟ ବିଶ୍ୱାଳ କହନ୍ତି: ଚାଲାଣ କାଟିବାବେଳେ ଆମେ ଲୋକମାନଙ୍କୁ ଧୂମପାନ ଜନିତ ବିପତ୍ତି ବିଷୟରେ ଶିକ୍ଷା ଦେଉଛୁ। ଗୋଟିଏ ଲୋକ ବିରୋଧରେ ଆମେ ତିନି ଥର ଚାଲାଣ କାଟିଛୁ।
ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିଥିବା ଲୋକଙ୍କ ବିରୋଧରେ ସର୍ବାଧିକ ଚାଲାଣ କଟାଯାଉଛି। କିନ୍ତୁ, ଧୂମପାନ କରୁଥିବାବେଳେ ହିଁ କେହି ଧରାପଡ଼ିଲେ ଯାଇ ତାଙ୍କ ବିରୋଧରେ ଚାଲାଣ କଟାଯାଉଛି।

ଉଲ୍ଲେଖଯୋଗ୍ୟ ପରିବର୍ତ୍ତ ଆସିବା ଯାଏଁ ଏଭଳି ଅଭିଯାନ ଚାଲୁ ରହିବ ବୋଲି କହନ୍ତି ଡିସିପି ରୋମିଲ ବାନିୟା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe