୨୪ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ସର୍ବାଧିକ ୭୦,୦୦୦ କରୋନା ଆକ୍ରାନ୍ତ

Advertisment
୨୪ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ସର୍ବାଧିକ ୭୦,୦୦୦ କରୋନା ଆକ୍ରାନ୍ତ

Time Magazine

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶ୍ବ ତାଲିକାର ବହୁ ପଛରେ ଥିବା ଭାରତ ଏବେ ବିଶ୍ବରେ ତୃତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ରରେ ପରିଣତ ହୋଇଛି । ଗତ କିଛି ଦିନ ହେଲାଣି କମିବା ପରିବର୍ତ୍ତେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ୨୪ଘଣ୍ଟାରେ ୮୬,୪୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ି ୯୦ହଜାର ପାର କରିଛି। ପୂର୍ବର ସବୁ ରେକର୍ଡ ଭାଙ୍ଗି ୨୪ଘଣ୍ଟାରେ ୯୦,୬୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୧୦୬୫ଜଣ ମୃତ୍ୟୁବରଣ କରିଛନ୍ତି। ତେବେ ଏ ମଧ୍ୟରେ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ୨୪ଘଣ୍ଟାରେ ସର୍ବାଧିକ ୭୦,୦୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆକ୍ରାନ୍ତଙ୍କ ସହ ସୁସ୍ଥ ସଂଖ୍ୟା ମଧ୍ୟ ଧିରେ ଧିରେ ବଢ଼ୁଥିବାର ଦେଖାଯାଉଛି।

Image twitter

ସୂଚନା ମୁତାବକ,କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୪୧ ଲକ୍ଷ ଟପିଛି।  ଆଜି ଦେଶର କରୋନା ମିଟର ୪୧,୧୩,୮୧୧ରେ ପହଞ୍ଚିଛି । ଏହା ମଧ୍ୟରୁ ୮୬୨୩୨୦ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୭୦,୬୨୬ ରହିଛି । ତେବେ ଭଲ ଖବର ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୧୮୦୮୬୫ ରେ ପହଞ୍ଚିଛି । ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୪ ଘଣ୍ଟାରେ ଭାରତରେ ୯୦,୬୩୨ ନୂଆ ମାମଲା ସାମନାକୁ ଆସିଛି ଓ ୧୦୬୫ ଜଣ ମୃତ୍ୟୁବରଣ କରିଛନ୍ତି।

ଆଜି ୨୪ଘଣ୍ଟାରେ ୯୦,୬୩୨ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତୃତୀୟ ସ୍ଥାନରେ ରହିଛି ଭାରତ। ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ଏବେ ୪୧,୧୩,୮୧୧ରେ ପହଞ୍ଚିଛି। ତୃତୀୟ ସ୍ଥାନରେ ଭାରତ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ବ୍ରାଜିଲ ଏବଂ ପ୍ରଥମ ସ୍ଥାନରେ ଆମେରିକା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe