ମହାତ୍ମା ଗାନ୍ଧୀଙ୍କ ୭୦ ତମ ପୁଣ୍ୟତିଥି

Advertisment
ମହାତ୍ମା ଗାନ୍ଧୀଙ୍କ ୭୦ ତମ ପୁଣ୍ୟତିଥି

ନୂଆଦିଲ୍ଲୀ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୭୦ ତମ ପୁଣ୍ୟତିଥିରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ରାଜଘାଟ୍‌ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ, ନୌସେନା ମୁଖ୍ୟ ଆଡମିରାଲ ସୁନିଲ ଲାମ୍ବା ଏବଂ ବାୟୁସେନା ମୁଖ୍ୟ ବୀରେନ୍ଦ୍ର ସିଂହ ଧନୋଆ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଗାନ୍ଧୀଙ୍କ ପ୍ରୀୟ ଭଜନ ପରିବେଷଣ ସହ ଆଜି ରାଜଘାଟରେ ଏକ ପ୍ରାର୍ଥନା ସଭାର ମଧ୍ୟ ଆୟୋଜନ କରାଯାଇଥିଲା। ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ରାଜଘାଟ୍‌ରେ ପହଞ୍ଚି ମହାତ୍ମାଙଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ୧୯୪୮ ମସିହାର ଆଜିର ଦିନରେ ନାଥୁରାମ୍‌ ଗଡ୍‌ସେଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe