୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଋଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା

Advertisment
୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଋଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। ଦେଶର ସବୁଠାରୁ ସମ୍ମାନଜନକ ସିନେମା ପୁରସ୍କାର ଭାବରେ ଜଣାଶୁଣା, ଜାତୀୟ ପୁରସ୍କାର ଯେକୌଣସି ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁଏକ ବଡ଼ ସଫଳତା ଭାବେ ବିଚେନା କରାଯାଇଥାଏ।

ଚଳିତ ଥର ସେହି ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି ଯେଉଁଗୁଡ଼ିକ ୧ ଜାନୁଆରୀ ୨୦୨୨ରୁ ୩୧ ଡିସେମ୍ବର ୨୦୨୨ ମଧ୍ୟରେ ଫିଲ୍ମ ସେନ୍ସର ବୋର୍ଡ ଦ୍ୱାରା ସେନ୍ସର ସାର୍ଟିଫିକେଟ୍ ଦିଆଯାଇଛି।

ନିର୍ଦ୍ଦେଶକ-ଅଭିନେତା ଋଷଭ ଶେଟ୍ଟୀଙ୍କ ଫିଲ୍ମ'କାନ୍ତାରା', କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ୨୦୨୨ ମସିହାରେ ଏହାର ପୁରାଣ ଆଧାରିତ କାହାଣୀ ସହିତ ସିନେମା ପ୍ରଶଂସକଙ୍କ ହୃଦୟ ଜିତିଥିଲା । ଏହି ଚଳଚ୍ଚିତ୍ର ଦେଖିବା ଦିନଠାରୁ ଲୋକମାନେ ଏହାକୁ ଜାତୀୟ ପୁରସ୍କାର ପାଇଁ ଏକ ଫେଭରେଟ ବୋଲି କହୁଥିଲେ। ମନୋଜ ବାଜପେୟୀଙ୍କ ଗୁଲମୋହର ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପାଇଛି।

ଏହା ସହିତ ମାଲାୟାଲମ୍ ସିନେମାର କିମ୍ବଦନ୍ତୀ ଅଭିନେତାମାନଙ୍କ ମଧ୍ୟରେ ଗଣାଯାଉଥିବା ଅଭିନେତା ମାମୁଟ୍ଟି ମଧ୍ୟ ତାଙ୍କର ଦୁଇଟି ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ'ଶ୍ରେଷ୍ଠ ଅଭିନେତା' ବର୍ଗରେ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚିତ ହୋଇଥିଲେ।

୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ମାଲାୟାଲମ୍ ଚଳଚ୍ଚିତ୍ର ଆଟ୍ଯମ ପାଇଁ ଆନନ୍ଦ ଏକାର୍ଶି ଶ୍ରେଷ୍ଠ ସ୍କ୍ରିନ୍ ସ୍କ୍ରିପ୍ଟ ପୁରସ୍କାର ଲାଭ କରିଛନ୍ତି। ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ତିରୁଚିଟ୍ରମ୍ବଲମ୍ ପାଇଁ ନିତ୍ୟା ମେନେନ୍ ଏବଂ କୁଚ୍ଛ ଏକ୍ସପ୍ରେସ ପାଇଁ ମାନସୀ ପାରେଖଙ୍କ ହାସଲ କରିଛନ୍ତି। ସୋରାଜ ବାରଜିତ୍ୟ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଲାଭ କରିଛନ୍ତି। ଭାଲଭି ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର ପୁରସ୍କାର ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe