୭୧ତମ ସାଧାରଣତନ୍ତ୍ର ଦିବସ: ରାଜପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Advertisment
୭୧ତମ ସାଧାରଣତନ୍ତ୍ର ଦିବସ: ରାଜପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Image Courtesy of Hindustan Times

ନୂଆଦିଲ୍ଲୀ: ରବିବାର ସକାଳେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀର ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରି ପରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି।

ଏହି ରାଷ୍ଟ୍ରୀୟ ଉତ୍ସବର ମୁଖ୍ୟ ଅତିଥି ବ୍ରାଜିଲ୍‌ର ରାଷ୍ଟ୍ରପତି ଜାଇର୍‌ ବୋଲ୍‌ଜୋନାରୋଙ୍କ ସହ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜପଥରେ ପହଞ୍ଚିବା ପରେ ତିନି ପ୍ରତିରକ୍ଷା ବଳ ସେମାନଙ୍କୁ ସ୍ୱାଗତ ଜଣାଇ ରାଷ୍ଟ୍ରପତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ।

ସେଠାରେ ଉପସ୍ଥିତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ।

publive-image Image Sourc: Hindustan Times

ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ ସହ ୨୧ଟି ତୋପ ସଲାମୀ ଦିଆଯାଇଥିଲା। ପରେ ପରେ ଆକାଶରୁ ଏମ୍‌ଆଇ-୧୭ ଭି-୫ ହେଲିକପ୍ଟର୍‌ ସବୁ ରାଜପଥରେ ପୁଷ୍ପ ବୃଷ୍ଟି କରିଥିଲେ। ‘ସିଆର୍‌ପିଏଫ୍‌’ର ବାଇକ୍‌ ଆରୋହୀ ମହିଳା ଟିମ୍‌ ପ୍ରଥମ ଥର ଲାଗି ରାଜପଥରେ ଡେୟାର୍‌ ଡେଭିଲ୍‌ ଷ୍ଟଣ୍ଟ୍‌ ପ୍ରଦର୍ଶନ କରିଥିଲେ। ଏହାପରେ ଫାର୍ଷ୍ଟ ମାଚିଙ୍ଗ୍‌ କଣ୍ଟିଜେଣ୍ଟ୍‌, ପରାସୁଟ୍‌ ରେଜିମେଣ୍ଟ୍‌ ରାଜପଥରେ ପରେଡ୍‌ ପ୍ରଦର୍ଶନ କରିଥିଲେ। ସେମାନଙ୍କ ପଛକୁ ନୌସେନା କଣ୍ଟିଜେଣ୍ଟ୍‌ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇବାପୂର୍ବକ ମାର୍ଚ ପାଷ୍ଟ୍‍ କରିଥିଲେ। ସେମାନଙ୍କ ପଛକୁ ଆସିଥିଲା ନୌସେନାର ପ୍ରଜ୍ଞାପନ ମେଢ଼। ତା’ପରେ ପରେ ରାଜପଥରେ ଗଡ଼ିଥିଲା ବାୟୁସେନାର ପ୍ରଜ୍ଞାପନ ମେଢ଼।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe