ଚଳିତବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ୭୩ଟି ବାଘଙ୍କ ମୃତ୍ୟୁ

Advertisment
ଚଳିତବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ୭୩ଟି ବାଘଙ୍କ ମୃତ୍ୟୁ

ଇନ୍ଦୋର: ଚଳିତବର୍ଷ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ବାଘଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଅନୁସାରେ, ୨୦୧୭ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ୭୩ଟି ବାଘଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟକ ବାଘ ମଧ୍ୟପ୍ରଦେଶରୁ ମୃତବସ୍ଥାରେ ମିଳିଥିଲା। ଯେଉଁଠାରେ ଅକ୍ଟୋବର ୧୫ ପର୍ଯ୍ୟନ୍ତ ୧୮ଟି ବାଘଙ୍କ ମୃତ୍ୟୁ ହୋଇଥିଲା। କେବଳ ଚଳିତ ବର୍ଷ ନୁହେଁ ମଧ୍ୟପ୍ରଦେଶରେ ଗତ ପାଞ୍ଚବର୍ଷ ହେଲାଣି ଅଧିକ ସଂଖ୍ୟକ ବାଘଙ୍କ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିଛି। ଦ୍ୱିତୀୟରେ ଆସୁଛି କର୍ଣ୍ଣାଟକ। କର୍ଣ୍ଣାଟକରେ ଅକ୍ଟୋବର ପର୍ଯ୍ୟନ୍ତ ୧୪ଟି ବାଘଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

publive-image

ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ପରେ ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ବାଘଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା। ଏଥିରେ ବାଘଙ୍କ ବୃଦ୍ଧାବସ୍ଥା, ରୋଗ, ବିଦ୍ୟୁତ ଆଘାତ, ନିଜନିଜ ଭିତରେ ସଂଘର୍ଷ, ରେଳ ଓ ସଡ଼କ ଦୁର୍ଘଟଣା ଏବଂ ଖାଦ୍ୟରେ ବିଷ ହେତୁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।

ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଅନୁସାରେ, ଗତବର୍ଷ ଆର୍ଥାତ୍‌ ୨୦୧୬ରେ ଭାରତରେ ୧୦୦ଟି ବାଘଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୦୯ରୁ ନେଇ ୨୦୧୫ ପର୍ଯ୍ୟନ୍ତ ପ୍ରତିବର୍ଷ ପାଖାପାଖି ୪୨ରୁ ନେଇ ୭୨ଟି ବାଘଙ୍କ ମୃତ୍ୟୁ ହୋଇଥାଏ।

ବାଘଙ୍କ ମୃତ୍ୟୁ ତାଲିକା
୨୦୦୯-୬୬ଟି
୨୦୧୦-୪୨ଟି
୨୦୧୧-୫୪ଟି
୨୦୧୨- ୭୨ଟି
୨୦୧୩- ୬୩ଟି
୨୦୧୪-୬୬ଟି
୨୦୧୫-୭୦ଟି
୨୦୧୬-୧୦୦
୨୦୧୭-ଅକ୍ଟୋବର ପର୍ଯ୍ୟନ୍ତ ୭୩ଟି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe