୭୩୦୬ ପାକିସ୍ତାନୀ ଭାରତୀୟ ନାଗରିକତା ପାଇଁ ଆବେଦନ କରିଛନ୍ତି

Advertisment
୭୩୦୬ ପାକିସ୍ତାନୀ ଭାରତୀୟ ନାଗରିକତା ପାଇଁ ଆବେଦନ କରିଛନ୍ତି

ନୂଆଦିଲ୍ଲୀ: ଭାରତୀୟ ନାଗରିକତା ପାଇଁ ସଂପ୍ରତି ବିଚାରାଧୀନ ଅବସ୍ଥାରେ ରହିଥିବା ପ୍ରାୟ ୭୦ ପ୍ରତିଶତ ଆବେଦନ ପାକିସ୍ତାନୀମାନଙ୍କ ଠାରୁ ଆସିଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ (ଏମଏଚଏ) ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜାଣିବାକୁ ମିଳିଛି।

ବୁଧବାର ଦିନ ସାଂସଦ ଅବଦୁଲ ୱାହାବଙ୍କ ଦ୍ୱାରା ପଚରାଯାଇଥିବା ବର୍ତ୍ତମାନର ନାଗରିକତ୍ୱର ତଥ୍ୟ ସମେତ ଭାରତୀୟ ନାଗରିକତା ପାଇଁ ବର୍ତ୍ତମାନର ଆବେଦନକାରୀଙ୍କ ବିବରଣୀର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉଲ୍ଲେଖ କରିଛନ୍ତି ଯେ ଡିସେମ୍ବର ୧୪, ୨୦୨୧ ପର୍ଯ୍ୟନ୍ତ ଭାରତୀୟ ନାଗରିକତା ପାଇଁ ଆବେଦନ କରିଥିବା ୧୦,୬୩୫ ଜଣ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୭,୩୦୬ ଜଣ ପାକିସ୍ତାନରୁ ଆସିଥିଲେ।

ସେହିପରି ଆଫଗାନିସ୍ତାନରୁ ୧,୧୫୨ଟି ଆବେଦନ ବିଚାରାଧୀନ ଥିଲା, ଏହା ପରେ ରାଜ୍ୟହୀନରୁ ୪୨୮, ଶ୍ରୀଲଙ୍କା ଏବଂ ଆମେରିକାରୁ ୨୨୩, ନେପାଳରୁ ୧୮୯ ଏବଂ ବାଂଲାଦେଶରୁ ୧୬୧ଟି ଆବେଦନ ବିଚାରାଧୀନ ଥିଲା ବୋଲି ମନ୍ତ୍ରୀ କହିଛନ୍ତି।

ଚୀନ୍‌ର ୧୦ ଜଣ ଆବେଦନକାରୀ ଭାରତୀୟ ନାଗରିକତା ପାଇଁ ଆବେଦନ କରିଥିଲେଯ। ଉଲେତଲଖଯୋଗ୍ୟ, ଭାରତୀୟ ନାଗରିକତା ପ୍ରଦାନ କରିବାର କ୍ଷମତା କେନ୍ଦ୍ର ଗୃହ ମନ୍ତ୍ରାଳୟ ଉପରେ ନ୍ୟସ୍ତ ଅଛି ଯାହା ବିସ୍ତୃତ ଯାଞ୍ଚ ପରେ ନାଗରିକତା ପାଇଁ ଆସିଥିବା ଆବେଦନକୁ ଅନୁମୋଦନ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe