୭୩ତମ ସାଧାରଣତନ୍ତ୍ର ଦିବସ ଭବ୍ୟ ପରେଡ୍‌ରେ ଏଥର ଅନେକ କିଛି ପ୍ରଥମ

୭୩ତମ ସାଧାରଣତନ୍ତ୍ର ଦିବସ ଭବ୍ୟ ପରେଡ୍‌ରେ ଏଥର ଅନେକ କିଛି ପ୍ରଥମ

Image Courtesy of NDTV

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀର ରାଜପଥରେ ଆୟୋଜିତ ପରେଡ୍‌ରେ ଭାରତର ସାମରିକ ସାମର୍ଥ୍ୟ ଏବଂ ସାଂସ୍କୃତିକ ବିବିଧତା ପ୍ରଦର୍ଶନ ସହିତ କେତେକ ନୂତନ ପ୍ରଦର୍ଶନ ମଧ୍ୟ ଆୟୋଜନ କରାଯାଇଛି।

କୁହୁଡ଼ି ଯୋଗୁଁ ଚଳିତ ବର୍ଷ ସାଧାରଣ ସମୟ ଠାରୁ ଅଧ ଘଣ୍ଟାଏ ବିଳମ୍ବରେ ଅର୍ଥାତ୍‌ ପୂର୍ବାହ୍ନ ୧୦.୩୦ରେ ପରେଡ୍‌ ଆରମ୍ଭ ହେବ। ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହ ରାଜପଥରେ ଉପସ୍ଥିତ ହେବା ପରେ ପରେଡ୍‌ ପ୍ରଦର୍ଶନ ଆରମ୍ଭ ହେବ।

ଏଥର ବାୟୁସେନାର ୭୫ଟି ବିମାନ ଏବଂ ହେଲିକପ୍ଟର୍‌ ଭବ୍ୟ ଫ୍ଲାଇପାଷ୍ଟ୍‌ ପ୍ରଦର୍ଶନ କରି‌ବେ। ‘ବନ୍ଦେ ଭାରତମ୍‌ ନୃତ୍ୟ ପ୍ରତିଯୋଗିତା’ଦ୍ବାରା ସମଗ୍ର ଦେଶରୁ ଚୟନ କରାଯାଇଥିବା ୪୮୦ ନୃତ୍ୟଶିଳ୍ପୀ ଆଜିର ପରେଡ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିବେ। ବୃହଦ୍‌କାୟ ‘ଏଲ୍‌ଇଡି ସ୍କ୍ରିନ୍‌’ରେ ‘ନ୍ୟାସ୍‌ନାଲ୍‌ କ୍ୟାଡେଟ୍‌ କର୍ପସ୍‌’ଙ୍କ ‘ସହିଦୋଁ କୋ ଶତ୍‌ ଶତ୍‌ ନମନ୍‌’ ମଧ୍ୟ ପ୍ରଦର୍ଶନ କରାଯିବ।

publive-image Image Courtesy of Zee News

ଚଳିତ ବର୍ଷ ପରେଡ୍‌କୁ କୋଣସି ବିଦେଶୀ ‘କଣ୍ଟିଜେଣ୍ଟ୍‌’କୁ ଆମନ୍ତ୍ରଣ କରାଯାଇନାହିଁ। ପରେଡ୍‌ସ୍ଥଳକୁ ଯିବା ପାଇଁ କେବଳ ଦୁଇ ଡୋଜ୍‌ ଟିକାନେଇଥିବା ପ୍ରାପ୍ତ ବୟସ୍କ ଏବଂ ଏକ ଡୋଜ୍‌ ଟିକା ନେଇଥିବା ୧୫ ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ ଅନୁମତି ଦିଆଯିବ।

ବିଗତ ୭୫ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ଭାରତୀୟ ସେନା ପରିଧାନ କରୁଥିବା ‘ଗଣବେଶ’ (ୟୁନିଫର୍ମ) ପିନ୍ଧି ଭାରତୀୟ ସେନାର ଅନେକ ‘କଣ୍ଟିଜେଣ୍ଟ୍‌’ ପରେଡ୍‌ରେ ଅଂଶ ଗ୍ରହଣ କରିବେ।

ଏହା ବ୍ୟତିରେକେ, ଅନ୍ୟାନ୍ୟ ଅନେକ କାର୍ଯ୍ୟକ୍ରମ ଏବଂ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ପରିକ୍ରମଣ ପରେ ଜାତୀୟ ସଙ୍ଗୀତ ଗାନ ଏବଂ ତ୍ରିରଙ୍ଗ ବେଲୁନ୍‌ ଉଡ଼ାଣ ସହ ଏହି ଜାତୀୟ ଉତ୍ସବର ଅବସାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe