କରୋନା ସଂକ୍ରମିତ ହେଲେଣି ତିରୁମାଳା ତିରୁପତି ମନ୍ଦିରର ୭୪୩ଜଣ କର୍ମଚାରୀ, ମନ୍ଦିର ବନ୍ଦ କରିବା ପାଇଁ ଦାବି କଲେଣି ଲୋକେ

Advertisment
କରୋନା ସଂକ୍ରମିତ ହେଲେଣି ତିରୁମାଳା ତିରୁପତି ମନ୍ଦିରର ୭୪୩ଜଣ କର୍ମଚାରୀ, ମନ୍ଦିର ବନ୍ଦ କରିବା ପାଇଁ ଦାବି କଲେଣି ଲୋକେ

indiatimes

ହାଇଦ୍ରାବାଦ: କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ମାସ ବନ୍ଦ ରହିବା ପରେ ଖୋଲିଥିଲା ଆନ୍ଧ୍ରପ୍ରଦେଶରେ ଥିବା ତିରୁମାଳା ତିରୁପତି ମନ୍ଦିର। ହେଲେ ଖୋଲିବା ପରଠାରୁ ଏ ପର୍ଯ୍ୟନ୍ତ ମନ୍ଦିରର ୭୪୩ ଜଣ କର୍ମଚାରୀ କରୋନା ଭୂତାଣୁ ଦ୍ବାରା କବଳିତ ହୋଇସାରିଛନ୍ତି। ସେ ମଧ୍ୟରୁ ୪୦୨ଜଣ ସୁସ୍ଥ ହୋଇଥିବା ବେଳେ ୩ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।

publive-image Business Today

ତେବେ ଏତେ ଜଣ କର୍ମଚାରୀ ସଂକ୍ରମିତ ହୋଇସାରିଥିଲେ ମଧ୍ୟ ମନ୍ଦିର କର୍ତ୍ତୃପକ୍ଷ ଦର୍ଶନ ବନ୍ଦ କରିବାକୁ କୌଣସି ଯୋଜନା କରିନାହାନ୍ତି। ଅଧିକ ଆୟ କରିବ‌ା ଉଦ୍ଦେଶ୍ୟରେ ତିରୁପତି ତିରୁମାଳା ଦେବସ୍ଥାନମ୍ ମନ୍ଦିର ଖୋଲା ରଖୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଏ.କେ ସିଙ୍ଘଲ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ୮୦ ଦିନ ବନ୍ଦ ରହିବା ପରେ ଦର୍ଶନ ପାଇଁ ଇଚ୍ଛା ରଖୁଥିବା ଭକ୍ତମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ଦିର ଖୋଲା ଯାଇଥିଲା | ମନ୍ଦିର ପ୍ରଶାସନ କୋଭିଡ ନେଇ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଇଛି ଓ ଏଥି ପାଇଁ ଅଧିକ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛି | ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ଦାବି କରାଯାଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦର୍ଶନ ବନ୍ଦ କରିବା ପାଇଁ ଦାବି ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe