ଦୈନିକ ୭୫ ହଜାର ସୁସ୍ଥ ହେଉଛନ୍ତି, ଦେଶରେ ୭୮ ହଜାର ୫୨୪ ନୂଆ ମାମଲା

ଦେଶରେ ଏବେ ବି ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ସରିନି

The Federal

ନୂଆଦିଲ୍ଲୀ: ଦେଶରେ ୭୮ ହଜାର ୫୨୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯୭୧ ଜଣଙ୍କର ଗତ ୨୪ ଘଣ୍ଟା ମଧ୍ୟରେ କ‌ରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୬୮ ଲକ୍ଷ ୩୫ ହଜାର ୬୫୬ରେ ପହଞ୍ଚିଛି। ୯ ଲକ୍ଷ ୨ ହଜାର ୪୨୫ ସକ୍ରିୟ ମାମଲା ରହିଛି। ୫୮ ଲକ୍ଷ ୨୭ ହଜାର ୭୦୫ ଜଣ କରୋନାରୁ ସୁସ୍ଥ ହେଲେଣି। ମୋଟ୍‌ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫ ହଜାର ୫୨୬ରେ ପହଞ୍ଚିଛି। ମହାରାଷ୍ଟ୍ର କରୋନା ମହାମାରୀ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ। ମହାରାଷ୍ଟ୍ରରେ ୨ ଲକ୍ଷ ୪୪ ହଜାର ୯୭୬ ସକ୍ରିୟ ମାମଲା ଥିବାବେଳେ ୧୧ ଲକ୍ଷ ୯୬ ହଜାର ୪୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ୩୯ ହଜାର ୭୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ୧ ଲକ୍ଷ ୧୬ ହଜାର ୧୭୨ ସକ୍ରିୟ ମାମଲା ରହିଛି। ରାଜ୍ୟରେ ୫ ଲକ୍ଷ ୪୨ ହଜାର ୯୦୬ ଜଣ କରୋନାରୁ ସୁସ୍ଥ ହେଲେଣି। ୯୨ ହଜାର ୨୪୬ ସକ୍ରିୟ ମାମଲା ସହ କେରଳ ମଧ୍ୟ ସର୍ବାଧିକ ପ୍ରଭାବିତ ହୋଇଛି। ତେବେ ଦେଶରେ ଚତୁର୍ଥ ରାଜ୍ୟ ଭାବେ କେରଳରେ ଦୈନିକ ସଂକ୍ରମଣ ମାମଲା ୧୦ ହଜାରରୁ ଅଧିକ ରହିଛି। ଆନ୍ଧ୍ରପ୍ରଦେଶରେ ୪୯ ହଜାର ୫୧୩ ସକ୍ରିୟ ମାମଲା ରହିଛି। ଆନ୍ଧ୍ରପ୍ରଦେଶରେ ୬ ଲକ୍ଷ ୭୮ ହଜାର ୮୨୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ଦେଶରେ ଏବେ ଦୈନିକ ପ୍ରାୟ ୭୫ ହଜାର ଲୋକ କରୋନାରୁ ସୁସ୍ଥ ହେଉଛନ୍ତି। ଦେଶରେ ଆରୋଗ୍ୟ ହାର ସକ୍ରିୟ ମାମଲା ଅପେକ୍ଷା ୬.୩ ଗୁଣ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe