ଇନ୍ଦୋର : ଭିକାରୁଣୀର ମାସିକ ଆୟ ୩ ଲକ୍ଷ ଟଙ୍କା !

ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଭିକାରୁଣୀର ଗୋଟିଏ ସପ୍ତାହର ରୋଜଗାର ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଭିକାରୁଣୀଠାରୁ ପ୍ରାୟ ୭୫ ହଜାର ଟଙ୍କା ନଗଦ ମିଳିଛି । ଆଶ୍ଚର୍ଯ୍ୟ କଥା ହେଉଛି ଏହା ତାର ଗୋଟିଏ ସପ୍ତାହର ଆୟ ବୋଲି ସେ ସ୍ବୀକାର କରିଛି ।

beggar

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଭିକାରୁଣୀର ଗୋଟିଏ ସପ୍ତାହର ରୋଜଗାର ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଭିକାରୁଣୀଠାରୁ ପ୍ରାୟ ୭୫ ହଜାର ଟଙ୍କା ନଗଦ ମିଳିଛି । ଆଶ୍ଚର୍ଯ୍ୟ କଥା ହେଉଛି ଏହା ତାର ଗୋଟିଏ ସପ୍ତାହର ଆୟ ବୋଲି ସେ ସ୍ବୀକାର କରିଛି । ଅର୍ଥାତ୍ ସେ ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା ଭିକ ମାଗି ଆୟ କରୁଛି । ମହିଳା ଜଣକ ପ୍ରାୟତଃ ଶନି ମନ୍ଦିର ଓ ଜୈନ ମନ୍ଦିର ନିକଟରେ ଭିକ୍ଷା ମାଗୁଥିଲା। ତାକୁ ଉଦ୍ଧାର କରାଯାଇ ଥଇଥାନ ପାଇଁ ଉଜ୍ଜୈନର ସେବାଧାମକୁ ପଠାଯାଇଛି। କଥାହେଉଛି ଇନ୍ଦୋରକୁ ଭିକାରିମୁକ୍ତ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଛି । କିନ୍ତୁ ବାରମ୍ବାର ଭିକାରିମାନଙ୍କୁ ନେଇ ଥଇଥାନ କେନ୍ଦ୍ରରେ ଛଡ଼ାଯାଉଥିଲେ ବି ସେମାନେ ସେଠାରୁ ଫେରି ପୁଣି ଭିକ ମାଗିବା ଆରମ୍ଭ କରିଦେଉଛନ୍ତି । 

ମହିଳା ଜଣକ ପ୍ରାୟତଃ ଶନି ମନ୍ଦିର ଓ ଜୈନ ମନ୍ଦିର ନିକଟରେ ଭିକ୍ଷା ମାଗୁଥିଲା। ତାକୁ ଉଦ୍ଧାର କରାଯାଇ ଥଇଥାନ ପାଇଁ ଉଜ୍ଜୈନର ସେବାଧାମକୁ ପଠାଯାଇଛି।

ଇନ୍ଦୋର ସହରକୁ ଭିକ୍ଷାବୃତ୍ତିମୁକ୍ତ କରିବା ପାଇଁ  ନିକଟରେ ଜିଲ୍ଲାପାଳ ଆଶିଷ ସିଂହ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଲଗା ଅଲଗା ଟିମ୍ ଗଠନ କରି ଅଭିଯାନ ଚଳାଇଛି। ଏହି ଅଭିଯାନର ଏକ ଅଂଶ ଭାବରେ ଏକ ଟିମ୍ ବଡ଼ ଗଣପତି ଓ ରାଜୱାଡା ଅଞ୍ଚଳର ଶନି ମନ୍ଦିର ନିକଟରେ ଭିକ ମାଗୁଥିବା ଉକ୍ତ ମହିଳାକୁ ଉଦ୍ଧାର କରିଥିଲା। ଟିମ୍ ତଦନ୍ତ କରିବା ବେଳେ ଭିକାରୁଣୀ ଠାରୁ ୭୪୭୬୮ ଟଙ୍କା ମିଳିଥିଲା, ଯାହାକୁ ଦେଖି ଟିମ୍ ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ସେ ମହିଳା ଭିକାରିଙ୍କୁ ଟଙ୍କା ବିଷୟରେ ପଚାରିଲେ, ଏହା ତାର ଏକ ସପ୍ତାହର ରୋଜଗାର ବୋଲି ସେ କହିଥିଲା । ତା ପାଖରୁ ୧ ଟଙ୍କିଆ କଏନଠାରୁ ଆରମ୍ଭ କରି ୫୦୦ ଟଙ୍କିଆ ନୋଟ ମଧ୍ୟ ମିଳିଥିଲା । ତେବେ ତାପାଖରୁ ୪୨୩ଟି ୧୦୦ ଟଙ୍କିଆ ନୋଟ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe