ଧର୍ମ ସଂସଦ ବିବାଦ: ନିଜ ଆଡୁ ମାମଲା ରୁଜୁ କରିବା ଲାଗି ସୁପ୍ରିମ୍‌ କୋର୍ଟଙ୍କୁ ଚିଠି ଲେଖିଲେ ୭୬ଜଣ ବିଶିଷ୍ଟ ଓକିଲ

Advertisment
ଧର୍ମ ସଂସଦ ବିବାଦ: ନିଜ ଆଡୁ ମାମଲା ରୁଜୁ କରିବା ଲାଗି ସୁପ୍ରିମ୍‌ କୋର୍ଟଙ୍କୁ ଚିଠି ଲେଖିଲେ ୭୬ଜଣ ବିଶିଷ୍ଟ ଓକିଲ

Image Courtesy of India Today

ନୂଆଦିଲ୍ଲୀ: ନିକଟ ଅତୀତରେ ଦିଲ୍ଲୀ ଓ ହରିଦ୍ବାରରେ ଆୟୋଜିତ ଦୁଇଟି ଧାର୍ମିକ ସମାବେଶରେ ପ୍ରଦତ୍ତ ଘୃଣ୍ୟ ଭାଷଣ ଏବଂ ଧାର୍ମିକ ସମ୍ପ୍ରଦାୟ ସଂହାର ଆହ୍ବାନ ବିପକ୍ଷରେ ନିଜ ଆଡୁ ମାମଲା ରୁଜୁ କରିବା ଲାଗି ୭୬ଜଣ ବିଶିଷ୍ଟ ଓକିଲ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଏନ୍‌. ଭି. ରମନାଙ୍କୁ ପତ୍ର ଲେଖିଛନ୍ତି।

ଏଭଳି ଉଦ୍‌ବୋଧନ ଦେଇଥିବା ବ୍ୟକ୍ତିମାନଙ୍କ ତାଲିକା ଦେଇ ଓକିଲମାନେ ଲେଖିଛନ୍ତି ଯେ, ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସାମ୍ପ୍ରତିକ ସମୟରେ ଏଭଳି କାର୍ଯ୍ୟକ୍ରମକୁ ରୋକିବା ପାଇଁ ନ୍ୟାୟିକ ହସ୍ତକ୍ଷେପ ଜରୁରୀ ହୋଇପଡ଼ିଥିବା ମନେହୁଏ।

publive-image Image Courtesy of NDTV

ହରିଦ୍ବାର ଏବଂ ଦିଲ୍ଲୀରେ ଅନୁଷ୍ଠିତ ଧାର୍ମିକ ‘କନ୍‌କ୍ଲେଭ୍‌’ ପ୍ରସଙ୍ଗ ଉଲ୍ଲେଖ କରି ଲେଖାଯାଇଥିବା ଏହି ପତ୍ରରେ ଦୁଷ୍ୟନ୍ତ ଦାୱେ, ପ୍ରଶାନ୍ତ ଭୂଷଣ, ବୃନ୍ଦା ଗ୍ରୋଭର୍‌, ସଲ୍‌ମନ୍‌ ଖୁର୍ଶିଦ୍‌ ଏବଂ ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ଅଞ୍ଜନା ପ୍ରକାଶଙ୍କ ସ‌େମେତ ବହୁ ବିଶିଷ୍ଟ ଓକିଲଙ୍କ ସ୍ବାକ୍ଷର ରହିଛି।

ଏଥିରେ ଉଲ୍ଲେଖ ଅଛି‌‌ ଯେ, ଉପରୋକ୍ତ କାର୍ଯ୍ୟକ୍ରମରେ ପ୍ରଦତ୍ତ ଉଦ୍‌ବୋଧନକୁ ସାମାନ୍ୟ ଘୃଣ୍ୟ ଅଭିଭାଷଣ ନୁହେଁ, ବରଂ ଗୋଟାଏ ସମ୍ପ୍ରଦାୟର ସମୂଳ ବିନାଶ ପାଇଁ ଆହ୍ବାନ। ଏଭଳି ଭାଷଣ କେବଳ ଆମ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ ନୁହେଁ, ବହୁ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଜୀବନକୁ ବିପଦଗ୍ରସ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe