ବେଙ୍ଗାଲୁରୁ : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପାଇଁ ଏବେ ସଙ୍କଟ ଘନେଇବାରେ ଲାଗିଛି। ରାଜ୍ୟରେ ମେଣ୍ଟ ସରକାର ଭାଙ୍ଗିବା ଲକ୍ଷ୍ୟ ରଖିଥିବା ବିଜେପି ଏହାର ଅପରେସନ୍ ଲୋଟସ୍କୁ ଏବେ ସାମୟିକ ଭାବେ ସ୍ଥଗିତ ରଖିଥିଲେ ମଧ୍ୟ ମେଣ୍ଟ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କଂଗ୍ରେସର ୭ ଜଣ ଏବଂ ଜେଡିଏସ୍ର ୩ ଜଣ ବିଧାୟକ ଏବେ ଦଳ ଛାଡ଼ିବାପାଇଁ ତୟାର ଅଛନ୍ତି। ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସେମାନେ ଦଳ ଛାଡ଼ିବେ ବୋଲି କୁହାଯାଉଛି। ତେବେ କେନ୍ଦ୍ରରେ ଏନ୍ଡିଏ କ୍ଷମତାକୁ ଫେରିବାପରେ ୟେଦୁରପ୍ପାଙ୍କୁ ପୁଣି ରାଜ୍ୟରେ ଦଳର ମୁଖ୍ୟ କରାଯିବ ବୋଲି ରିପୋର୍ଟ ଆସିବା ପରେ କିଛି ବିଧାୟକ ବିଜେପିରେ ନିଜର ଭବିଷ୍ୟତକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି। ତେବେ ୟେଦୁରପ୍ପା କହିଛନ୍ତି ଯେ ବିଜେପିରେ କୌଣସି ସମସ୍ୟା ନାହିଁ ଏବଂ ଦଳରେ କାହାକୁ ପାତରଅନ୍ତର କରାଯାଉନାହିଁ।
ଉଲ୍ଲେଖଯୋଗ୍ୟ କର୍ଣ୍ଣାଟକରେ କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାର ଭାଙ୍ଗିବାପାଇଁ ବିଜେପି ଦ୍ବାରା ଆରମ୍ଭ ହୋଇଥିବା ଅପରେସନ୍ ଲୋଟସ୍ କାର୍ଯ୍ୟକ୍ରମକୁ ଏବେ ସାମୟିକ ସମୟ ପାଇଁ ବନ୍ଦ କରାଯାଇଛି। ମଧ୍ୟପ୍ରଦେଶ ସରକାରଙ୍କୁ ବିଜେପି ଏବେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାପାଇଁ ଦାବି କରିଥିବାରୁ ଏହାର ପରିଣାମ ଆସିବା ପର୍ଯ୍ୟନ୍ତ କର୍ଣ୍ଣାଟକରେ ଦଳର ମୁଖ୍ୟ ବିଏସ୍ ୟେଦୁରପ୍ପାଙ୍କୁ ଅପେକ୍ଷା କରିବାପାଇଁ କୁହାଯାଇଛି।
୭ କଂଗ୍ରେସ, ୩ ଜେଡିଏସ୍ ବିଧାୟକ ଦଳ ଛାଡ଼ିବାକୁ ତୟାର
Advertisment
Follow Us